ନଗଡ଼ାକୁ ରାସ୍ତା କାମ ଆରମ୍ଭ

ଯାଜପୁର: ଅପପୁଷ୍ଟିରେ ୧୭ ଶିଶୁଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଥିବା ଯାଜପୁର ଜିଲ୍ଲା ନଗଡାକୁ ବିକାଶ ମାର୍ଗରେ ସାମିଲ କରିବାକୁ ପ୍ରାରମ୍ଭିକ ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ବିଧାୟକ ପ୍ରୀତି ରଞ୍ଜନ ଘଡାଇ ଆଜି ଅଶୋକଝରରୁ ନଗଡା ପର୍ଯ୍ୟନ୍ତ ପ୍ରାୟ ୧୧ କିଲୋମିଟର ବିଶିଷ୍ଟ ରାସ୍ତାର ଶୁଭ ଦେଇଛନ୍ତି। ଏଥି ସହ ଆଜିଠାରୁ ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ରାସ୍ତା ନିର୍ମାଣ ପାଇଁ ସରକାର ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହା ଆଜିଠାରୁ […]

OR photo-road-to-nagada

Rakesh Mallick
  • Published: Sunday, 24 July 2016
  • , Updated: 24 July 2016, 09:18 PM IST

ଯାଜପୁର: ଅପପୁଷ୍ଟିରେ ୧୭ ଶିଶୁଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଥିବା ଯାଜପୁର ଜିଲ୍ଲା ନଗଡାକୁ ବିକାଶ ମାର୍ଗରେ ସାମିଲ କରିବାକୁ ପ୍ରାରମ୍ଭିକ ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ବିଧାୟକ ପ୍ରୀତି ରଞ୍ଜନ ଘଡାଇ ଆଜି ଅଶୋକଝରରୁ ନଗଡା ପର୍ଯ୍ୟନ୍ତ ପ୍ରାୟ ୧୧ କିଲୋମିଟର ବିଶିଷ୍ଟ ରାସ୍ତାର ଶୁଭ ଦେଇଛନ୍ତି। ଏଥି ସହ ଆଜିଠାରୁ ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ରାସ୍ତା ନିର୍ମାଣ ପାଇଁ ସରକାର ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହା ଆଜିଠାରୁ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି। ଏହାସହ ଯାଜପୁର ଏସ୍‌ପି ଅନୁପ ସାହୁ ଆଜି ନଗଡାକୁ ଯାଇ ସେଠାରେ ୪ଟି ଭିଏଚ୍‌ଏଫ୍‌ ସେଟ୍‌ ସ୍ଥାପନ କରିଛନ୍ତି। ଏଥିସହ ପ୍ରଶାସନ ପକ୍ଷରୁ ନଗଡାବାସୀଙ୍କୁ ଡାଲି, ଚାଉଳ, ପାଣିପାଉଚ୍‌ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ସହ ମାଶାରୀ ଓ ଖଟ ବଣ୍ଟନ କରାଯାଇଛି।

ଅନ୍ୟପକ୍ଷରେ ନଗଡାର ବିକାଶ ପାଇଁ କିଭଳି ପଦକ୍ଷେପମାନ ଗ୍ରହଣ କରାଯିବ ସେନେଇ କାଳିଆପାଣି ସ୍ଥିତ ଟିସ୍କୋ ଗେଷ୍ଟ ହାଉସ୍‌ରେ କେନ୍ଦ୍ରାଞ୍ଚଳ ଆରଡିସି ଏ.ବି.ଓତାଙ୍କ ଅଧ୍ୟକ୍ଷତାରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯାଜପୁର ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଏସ୍‌ପିଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Related story