ରାଉରକେଲା(ପବନ ତିୱାରୀ): ବାରଣାସୀରୁ ଆରମ୍ଭ ହୋଇଥିବା ପଦଯାତ୍ରା। ୫୦ ହଜାର କିଲୋମିଟର ଅତିକ୍ରମ କରି ଓଡ଼ିଶାରେ ପହଞ୍ଚିଛି। ଆଗୁ ଅନେକ ପଥ ଅତିକ୍ରମ କରିବାର ଅଛି। ସାଇବେରିଆ ଦେଶର ଓକିଆକନ୍ ସହରରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି ରୋହନ ଅଗ୍ରୱାଲ। ପ୍ଲାଷ୍ଟିକ୍ ବିରୋଧରେ ସଚେତନତା କରିବା ପାଇଁ ସେ ପଦଯାତ୍ରାରେ ବାହାରି
ନାଁ ରୋହନ ଅଗ୍ରୱାଲ। ବୟସ ୨୦ ବର୍ଷ ହେବ। ଘର ମହାରାଷ୍ଟ୍ରର ନାଗପୁରରେ। ସେ ଏବେ ବିକମ୍ ଦ୍ୱିତୀୟ ବର୍ଷର ଛାତ୍ର। ପାଠ ପଢ଼ୁଥିବା ବେଳେ ପରିବେଶ ସଚେତନତା ପ୍ରତି ଆଗ୍ରହ ଦେଖାଇଥିଲେ। ଆଉ ପ୍ଲାଷ୍ଟିକ୍ ବିରୋଧରେ ସଚତନା କରିବା ପାଇଁ ଘରୁ ପାଦ କାଢ଼ିଥିଲେ। ୨୦୧୮ ମସିହାରୁ ସେ ଉତ୍ତରପ୍ରଦେଶର ବାରଣାସୀରୁ ଆରମ୍ଭ କରିଛନ୍ତି ପଦଯାତ୍ରା। ଆଜି ପର୍ଯ୍ୟନ୍ତ ସେ ୧୮ ରାଜ୍ୟ ପରିଭ୍ରମଣ କରି ୫୦ ହଜାର କିଲୋମିଟର ଅତିକ୍ରମଣ କରିସାରିଲେଣି।
ରୋହନ ଅଗ୍ରୱାଲ ନିଜର ପଦଯାତ୍ରା ବେଳେ ପ୍ଳାଷ୍ଟିକର ବ୍ୟବହାର ସମାଜ ପାଇଁ କେତେ କ୍ଷତି କାରକ? ସେନେଇ ସେ ଲୋକଙ୍କୁ ବୁଝାଉଛନ୍ତି ଓ ସଚେତନ କରାଉଛନ୍ତି। ବିଶେଷ କରି ସ୍କୁଲ ପିଲା ଓ ସ୍ୱଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ଲାଷ୍ଟିକ ବ୍ୟବହାର କମ୍ କରିବା ପାଇଁ ପରାମର୍ଶ ଦେଉଛନ୍ତି। ପଦଯାତ୍ରା କରି ସେ ସାଇବେରିଆ ଦେଶର ଓକିଆକନ୍ ସହରରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। ଓକିଆକନ୍ ସହର ହେଉଛି ବିଶ୍ୱର ସବୁଠାରୁ ଥଣ୍ଡା ସହର। ଏଠାକାର ତାପମାତ୍ରା -୭୨ ଡିଗ୍ରୀ। ସେଥିପାଇଁ କୌଣସି ଭାରତୀୟ ଓକିଆକନ୍ ସହରକୁ ଯାଇପାରି ନାହାନ୍ତି। ଏ ଯାତ୍ରା ଆହୁରି ତିନି ବର୍ଷ ଯାଏଁ କରିବେ ବୋଲି ରୋହନ କହିଛନ୍ତି।
ରାଉରକେଲା ଆସିଥିବା ସମୟରେ ତାଙ୍କୁ ରାଉଣ୍ଡ ଟେବୁଲ୍ ଇଣ୍ଡିଆ ରାଉରକେଲା ଶାଖା ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସେ କହିଛନ୍ତି-“ପ୍ଲାଷ୍ଟିର ଭୟବହତା ଆଜି ହୁଏତ ଦେଖାଯାଉନାହିଁ। ହେଲେ ଆଗାମୀ ଦିନରେ ଏହାର ଭୟାବହତା ନିଶ୍ଚିତ ଦେଖାଦେବ। ତେଣୁ ଆଜିଠାରୁ ସଚେତନ ନହେଲେ ଆମ ଭବିଷ୍ୟତ ନଷ୍ଟ ହୋଇଯିବ। ପ୍ଲାଷ୍ଟିକ୍ କମ୍ ବ୍ୟବହାର କରିବା ଦରକାର।”
ସେ ଆହୁରି କହିଛନ୍ତି, ଥଣ୍ଡା ସ୍ଥାନକୁ ଗଲେ ବହୁ ଅସୁବିଧାରେ ପଡ଼ୁଥିଲି। ସେଥିପାଇଁ ମୁଁ କୌଣସି ଥଣ୍ଡା ସ୍ଥାନକୁ ଯାଉନଥିଲି। ଏଥିରୁ ମୁକ୍ତି ପାଇବା ପାଇଁ ମୋ’ ପରିବାର ଡାକ୍ତରଙ୍କ ପରାମର୍ଶ ନେଇଥିଲି। ହେଲେ ଡାକ୍ତର କହିଥିଲେ, ମୁଁ ଥଣ୍ଡା ସ୍ଥାନକୁ ଗଲେ ମରିଯିବି। ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଆଗକୁ ବଢ଼ିବା ପାଇଁ ସ୍ୱପ୍ନ ଦେଖୁଛି ବୋଲି ରୋହନ କହିଛନ୍ତି।
ରୋହନ ବାପା-ମାଆ ଗୋଟିଏ ଲସି ଦୋକାନ କରି ପରିବାର ଭରଣପୋଷଣ କରୁଛନ୍ତି। ପରିବାର କହିଲେ ରୋହନ, ବାପା-ମଆ ଓ ସାନ ଭଉଣୀ। ଘରୁ ବାହାରିଲା ବେଳେ ୨୫୦୦ ଟଙ୍କା ଧରି ବାହାରିଥିଲେ। ଏବେ ୧୮ଟି ରାଜ୍ୟ ଭ୍ରମଣ କରିସାରିଲେଣି। ରାସ୍ତାରେ ତାଙ୍କୁ ବହୁ ଲୋକ ସମର୍ଥନ ଦେଇଛନ୍ତି। ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ସାହସ ଯୋଗାଇଛି।