ରାଉରକେଲା ଇସ୍ପାତ କାରଖାନାରୁ ଲୁଟ୍‌ ଉଦ୍ୟମ ପଣ୍ଡ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ଏସ୍‌ଏମ୍‌ଏସ୍‌-୨ରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ ଧରଣର ଡକାୟତି ଯୋଜନା ପଣ୍ଡ ହୋଇଛି। କାରଖାନାରେ କାର୍ଯ୍ୟରତ ସିଆଇଏସ୍‌ଏଫ୍ ଯବାନଙ୍କ ପଦକ୍ଷେପ ଯୋଗୁଁ ଡକାୟତମାନେ ଲୁଟ୍‌ ସାମଗ୍ରୀ ଛାଡ଼ି ପଳାଇ ଯାଇଥିଲେ।  ଗତକାଲି ବିଳମ୍ବିତ ରାତିରେ ଡକାୟତି ହେଉଥିବା ଜାଣିପାରି ସିଆଇଏସ୍‌ଏଫ୍ ଯବାନମାନେ ଡକାୟତଙ୍କ ମୁକାବିଲା କରିଥିଲେ। ଏହାର ଜବାବରେ ଡକାୟତମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟାଏ ଧରି ଗୁଳି ବିନିମୟ ହୋଇଥିଲା। ଲୁଟ୍‌ […]

rahulkela-steel-plant

Rakesh Mallick
  • Published: Thursday, 08 September 2016
  • , Updated: 08 September 2016, 10:26 PM IST

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ଏସ୍‌ଏମ୍‌ଏସ୍‌-୨ରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ ଧରଣର ଡକାୟତି ଯୋଜନା ପଣ୍ଡ ହୋଇଛି। କାରଖାନାରେ କାର୍ଯ୍ୟରତ ସିଆଇଏସ୍‌ଏଫ୍ ଯବାନଙ୍କ ପଦକ୍ଷେପ ଯୋଗୁଁ ଡକାୟତମାନେ ଲୁଟ୍‌ ସାମଗ୍ରୀ ଛାଡ଼ି ପଳାଇ ଯାଇଥିଲେ।

 ଗତକାଲି ବିଳମ୍ବିତ ରାତିରେ ଡକାୟତି ହେଉଥିବା ଜାଣିପାରି ସିଆଇଏସ୍‌ଏଫ୍ ଯବାନମାନେ ଡକାୟତଙ୍କ ମୁକାବିଲା କରିଥିଲେ। ଏହାର ଜବାବରେ ଡକାୟତମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟାଏ ଧରି ଗୁଳି ବିନିମୟ ହୋଇଥିଲା।

ଲୁଟ୍‌ ସାମଗ୍ରୀ ମୂଲ୍ୟ ୨୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। କାରଖାନା କର୍ତ୍ତୃପକ୍ଷଙ୍କ ଅଭିଯୋଗକ୍ରମେ ଟାଙ୍ଗରପାଲ୍ଲି ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Related story