ପାସ୍‌ କଲେ ଗାଡ଼ି ଚଲାଇବେ, ପରୀକ୍ଷା ହଲ୍‌ରେ ଭିଡ

ରାଉରକେଲା(ପୱନ ତିୱାରୀ): ସରିଲା ମହଲତ। ଆସନ୍ତାକାଲିଠାରୁ ଟ୍ରାଫିକ୍‌ ନିୟମ ହେବ କଡ଼ାକଡ଼ି। ନିୟମ ଭାଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ପୂର୍ବରୁ ପରିବହନ ମନ୍ତ୍ରୀ ସୂଚନା ଦେଇସାରିଥିବା ବେଳେ ଗାଡ଼ି କାଗଜପତ୍ର କରିବା ପାଇଁ ବିଭିନ୍ନ ଆଞ୍ଚଳିକ ପରିବହନ ଅଫିସ୍‌ରେ ଲାଗିଛି ଭିଡ଼। ତେବେ ଗାଡ଼ି ଲର୍ଣ୍ଣିଂ ପାଇଁ କମ୍ପ୍ୟୁଟର ଟେଷ୍ଟ ଦେବାକୁ ଆସୁଥିବା ଲୋକେ ସିମ୍ୱଲ ସମ୍ପର୍କରେ ଠିକ୍‌ ଭାବେ ଜାଣି ନଥିବାରୁ ନାନା ଅସୁବିଧାରେ ପଡ଼ୁଛନ୍ତି। ଏପରିକି ପରୀକ୍ଷାରେ ଫେଲ୍‌ ମଧ୍ୟ ହେଉଛନ୍ତି। ଯେଉଁଥିପାଇଁ ଗାଡ଼ି […]

Rourkela-Residents-Make-Beeline-Outside-RTO-Office

Manoranjan Sial
  • Published: Saturday, 29 February 2020
  • , Updated: 29 February 2020, 06:42 PM IST

ରାଉରକେଲା(ପୱନ ତିୱାରୀ): ସରିଲା ମହଲତ। ଆସନ୍ତାକାଲିଠାରୁ ଟ୍ରାଫିକ୍‌ ନିୟମ ହେବ କଡ଼ାକଡ଼ି। ନିୟମ ଭାଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ପୂର୍ବରୁ ପରିବହନ ମନ୍ତ୍ରୀ ସୂଚନା ଦେଇସାରିଥିବା ବେଳେ ଗାଡ଼ି କାଗଜପତ୍ର କରିବା ପାଇଁ ବିଭିନ୍ନ ଆଞ୍ଚଳିକ ପରିବହନ ଅଫିସ୍‌ରେ ଲାଗିଛି ଭିଡ଼। ତେବେ ଗାଡ଼ି ଲର୍ଣ୍ଣିଂ ପାଇଁ କମ୍ପ୍ୟୁଟର ଟେଷ୍ଟ ଦେବାକୁ ଆସୁଥିବା ଲୋକେ ସିମ୍ୱଲ ସମ୍ପର୍କରେ ଠିକ୍‌ ଭାବେ ଜାଣି ନଥିବାରୁ ନାନା ଅସୁବିଧାରେ ପଡ଼ୁଛନ୍ତି। ଏପରିକି ପରୀକ୍ଷାରେ ଫେଲ୍‌ ମଧ୍ୟ ହେଉଛନ୍ତି। ଯେଉଁଥିପାଇଁ ଗାଡ଼ି ଲର୍ଣ୍ଣିଂ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ଗାଡ଼ି ଚାଳନା ସମୟରେ ରାସ୍ତାରେ ଥିବା ସଙ୍କେତ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ସଚେତନତାର ଆବଶ୍ୟକ ରହିଛି ବୋଲି ଜଣେ ବ୍ୟକ୍ତି କମ୍ପ୍ୟୁଟର ଟେଷ୍ଟ ଦେବାକୁ ଆସି କହିଛନ୍ତି।

ଷ୍ଟିଲ୍‌ସିଟି ରାଉରକେଲାରେ କାଲିଠାରୁ ଟ୍ରାଫିକ ଧରପକଡ଼ ହେବ କଡ଼ାକଡ଼ି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏପରି ସମୟରେ ଗାଡ଼ି ଲର୍ଣ୍ଣିଂ ଓ ଅନ୍ୟାନ୍ୟ କାଗଜପତ୍ର ପାଇଁ ଆର୍‌ଟିଓ ଅଫିସ୍‌ରେ ଲାଗିଛି ଭିଡ। ଆବଶ୍ୟକ କାଗଜପତ୍ର ଧରି ଲମ୍ୱା ଲାଇନ୍‌ରେ ଲୋକମାନେ ଛିଡ଼ା ହୋଇଛନ୍ତି। ଶେଷ ଦିନରେ ଆର୍‌ଟିଓ ଅଫିସ୍‌ରେ ଭିଡ ଦେଖି ତାଜୁକ କର୍ମଚାରୀ।

ବିଷ୍ଣୁପ୍ରିୟା ଲେଙ୍କା କହିଛନ୍ତି-“ଲର୍ଣ୍ଣିଂ ପୂର୍ବରୁ ଆଜି ଥିଲା କମ୍ପ୍ୟୁଟର ଟେଷ୍ଟ। ଭଲ ହୋଇଛି। ପାସ୍‌ ହୋଇଯିବି। ତେବେ ପରୀକ୍ଷା ପୂର୍ବରୁ ପଢ଼ିଥିଲି ଓ ୟୁଟ୍ୟୁବ୍‌ରେ ସାଇନ୍‌ ସମ୍ପର୍କରେ ଦେଖିଥିଲି। ତଥାପି ମୋର କିଛି ଭୁଲ ହୋଇଛି।”

ସଞ୍ଜିବ ସ୍ୱାଇଁ କହିଛନ୍ତି, “ଡ୍ରାଇଭିଂ ଲାଇସେନ୍ସ ପାଇଁ ପରୀକ୍ଷା ଦେଇ ବାରମ୍ୱାର ଲୋକେ ଫେଲ୍‌ ହେଉଛନ୍ତି। ଏପରିକି ବହୁ ଲୋକ ଆବେଦନ କରିଛନ୍ତି। ସେମାନଙ୍କୁ ଏପର୍ଯ୍ୟନ୍ତ ଡିଏଲ୍‌ ମିଳିନି। ଏଥିପାଇଁ ଆଉ କିଛି ଦିନ ସମୟ ବଢ଼ାଇଥିଲେ ଭଲ ହୋଇଥାନ୍ତା। ବହୁ ଲୋକ ଅଛନ୍ତି, ଯେଉଁମାନେ ଆନ୍‌ଲାଇନ୍‌ ବ୍ୟବସ୍ଥା ସମ୍ପର୍କରେ ଅପ୍‌ଡେଟ୍‌ ନାହାନ୍ତି। ସେମାନଙ୍କୁ ଅପ୍‌ଡେଟ୍‌ କରିବା ପାଇଁ ସମୟ ଦରକାର। ଏଥିପ୍ରତି ସଚେତନତାର ଆବଶ୍ୟକତା ରହିଛି।”

Related story