ରାଉରକେଲା ସ୍ମାର୍ଟ ସିଟି ହେବା ପରେ ଶ୍ରେୟ ନେବାକୁ ବିଜେପି, ବିଜେଡିର ଉଦ୍ୟମ

ରାଉରକେଲା: କେନ୍ଦ୍ର ସରକାର ଗୁରୁବାର ଦେଶର ୯୮ଟି ସହରକୁ ସ୍ମାର୍ଟ ସିଟି କରିବାକୁ ଘୋଷଣା କରିଛନ୍ତି । ଏହି ତାଲିକାରେ ରାଜଧାନୀ ଭୁବନେଶ୍ୱର ଓ ରାଉରକେଲା ରହିଛି । ତେବେ ରାଉରକେଲା ସ୍ମାର୍ଟ ସିଟିରେ ସାମିଲ ହେବା ପରେ ସହରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ପରସ୍ପରକୁ ମିଠା ବାଣ୍ଟୁଥିବା ଦେଖିବାକୁ ମିଳିଥିଲା । ତେବେ ରାଉରକେଲା ସ୍ମାର୍ଟ ସିଟି ହେବା ପରେ ରାଜନୀତି ମଧ୍ୟ ଜୋର ଧରିଛି । ଶ୍ରେୟ […]

smart

Rakesh Mallick
  • Published: Friday, 28 August 2015
  • , Updated: 28 August 2015, 01:47 PM IST

ରାଉରକେଲା: କେନ୍ଦ୍ର ସରକାର ଗୁରୁବାର ଦେଶର ୯୮ଟି ସହରକୁ ସ୍ମାର୍ଟ ସିଟି କରିବାକୁ ଘୋଷଣା କରିଛନ୍ତି । ଏହି ତାଲିକାରେ ରାଜଧାନୀ ଭୁବନେଶ୍ୱର ଓ ରାଉରକେଲା ରହିଛି । ତେବେ ରାଉରକେଲା ସ୍ମାର୍ଟ ସିଟିରେ ସାମିଲ ହେବା ପରେ ସହରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ପରସ୍ପରକୁ ମିଠା ବାଣ୍ଟୁଥିବା ଦେଖିବାକୁ ମିଳିଥିଲା । ତେବେ ରାଉରକେଲା ସ୍ମାର୍ଟ ସିଟି ହେବା ପରେ ରାଜନୀତି ମଧ୍ୟ ଜୋର ଧରିଛି । ଶ୍ରେୟ ନେବାକୁ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା । ବିଜେପି ଦଳ ତରଫରୁ ଏହି ସଫଳତାର ଶ୍ରେୟ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଧାୟକ ଦିଲୀପ ରାୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯାଉଛି। ବିଜେପି କର୍ମୀମାନେ ସହରର ପ୍ରମୁଖ ସ୍ଥାନରେ ବାଜା ବଜାଇ, ଶୋଭାଯାତ୍ରା କରି ମିଠା ବାଣ୍ଟିଛନ୍ତି। ଏପରି କି କେନ୍ଦ୍ରମନ୍ତ୍ରୀ ଓ ଦିଲୀପ ରାୟଙ୍କ ଫଟୋ ଥିବା ହୋଡିଂ ଦେଖିବାକୁ ମିଳୁଛି । ଅନ୍ୟପଟେ ବିଜେଡି ରାଉରକେଲା ସ୍ମାର୍ଟ ସିଟି ହେବାର ଶ୍ରେୟ ନିଜକୁ ଦେଇଛି । ଦଳ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଯୋଗୁଁ ରାଉରକେଲା ସ୍ମାର୍ଟ ସିଟି ଯୋଗ୍ୟତା ହାସଲ କଲା ବୋଲି କୁହାଯାଇଛି।

Related story