୩ ଦିନ ହେଲା ରାଉରକେଲା ସହରବାସୀ ଛଟ୍‌ପଟ୍‌

ରାଉରକେଲା(ପବନ ତିୱାରୀ): ଷ୍ଟିଲ୍‌ସିଟି ରାଉରକେଲାର ପରିବେଶ ବିଗିଡ଼ି ଯାଇଛି। ସହରବାସୀଙ୍କୁ ନିଃଶ୍ୱାସ ନେବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅଳ୍ପ ଦୂରରୁ କିଛି ଦେଖାଯାଉନି। ଆଖିରେ ସମସ୍ୟା ଦେଖାଦେଉଛି। ନାକ ପୁଡା ପୋଡୁଛି। ଗତ ୩ ଦିନ ହେଲା ଏପରି ସମସ୍ୟା ଦେଇ ଗତି କରୁଛନ୍ତି ସହରବାସୀ। ଏହାର ପ୍ରକୃତ କାରଣ କଣ ଜଣାପଡ଼ି ନାହିଁ। ତେବେ ଜଙ୍ଗଲରେ ଲାଗିଥିବା ନିଆଁ ନା ଆରଏସ୍‌ପିରୁ ନିର୍ଗତ ହେଉଥିବା ଧୂଆଁ ପାଇଁ ଏପରି ସମସ୍ୟା ଉପୁଜୁଛି, ତାହାର ତଦନ୍ତ କରାଯିବ […]

Rourkela

Manoranjan Sial
  • Published: Tuesday, 09 March 2021
  • , Updated: 09 March 2021, 05:41 PM IST

ରାଉରକେଲା(ପବନ ତିୱାରୀ): ଷ୍ଟିଲ୍‌ସିଟି ରାଉରକେଲାର ପରିବେଶ ବିଗିଡ଼ି ଯାଇଛି। ସହରବାସୀଙ୍କୁ ନିଃଶ୍ୱାସ ନେବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅଳ୍ପ ଦୂରରୁ କିଛି ଦେଖାଯାଉନି। ଆଖିରେ ସମସ୍ୟା ଦେଖାଦେଉଛି। ନାକ ପୁଡା ପୋଡୁଛି। ଗତ ୩ ଦିନ ହେଲା ଏପରି ସମସ୍ୟା ଦେଇ ଗତି କରୁଛନ୍ତି ସହରବାସୀ। ଏହାର ପ୍ରକୃତ କାରଣ କଣ ଜଣାପଡ଼ି ନାହିଁ। ତେବେ ଜଙ୍ଗଲରେ ଲାଗିଥିବା ନିଆଁ ନା ଆରଏସ୍‌ପିରୁ ନିର୍ଗତ ହେଉଥିବା ଧୂଆଁ ପାଇଁ ଏପରି ସମସ୍ୟା ଉପୁଜୁଛି, ତାହାର ତଦନ୍ତ କରାଯିବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପୱାନ କଲ୍ୟାଣ ଅଭିଯୋଗ କରିଛନ୍ତି।

ରାଉରକେଲା ବାୟୁମଣ୍ଡର ପ୍ରଦୂଷଣ ମାତ୍ରା ବଢ଼ି ଯାଇଥିବାରୁ ୧୦୦ ମିଟର ଦୂରତାରେ ଥିବା ରାସ୍ତା ଦେଖାଯାଉନାହିଁ। ସକାଳ ହେବା ମାତ୍ରେ ଚାରିଆଡେ କେବଳ ଧୂଆଁମୟ ପରିବେଶ। ଛେଣ୍ଡ କଲୋନୀଠାରୁ ଝିରପାଣି, କୋଏଲ ନଗରଠାରୁ ବନ୍ଧମୁଣ୍ଡା, ବିର୍ଷାମୁଣ୍ଡା ଛକଠାରୁ ପାନପୋଷ ଛକ ସବୁଠି ଏବେ ଭୟଙ୍କର ସ୍ଥିତି। ଲୋକେ ନା ଘରେ ରହିପାରୁଛନ୍ତି ନା ବାହାରେ ବୁଲି ପାରୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏମିତି ପରିସ୍ଥିତି କେବେ ହୋଇ ନ ଥିବା ସ୍ଥାନୀୟ ଲୋକେ କହୁଛନ୍ତି। ପ୍ରଦୂଷଣ ମାତ୍ରା ଏତେ ବଢ଼ିଛି ଯେ ଲୋକେ ତ୍ରାହି ତ୍ରାହି ଡାକିଲେଣି।

[caption id="attachment_625679" align="alignnone" width="650"] ସକାଳେ କେମିତି ଦେଖାଯାଉଛି ରାଉରକେଲା ସହର?[/caption]

ସେପଟେ ଗତ ୪ ଦିନ ହେଲା ରାଉରକେଲା ସରକାରୀ ହସ୍ପିଟାଲର ଆଖି ବିଭାଗରେ ଦେଖାଦେଇଛି ଅସମ୍ଭାଳ ଭିଡ଼। ଏଠାରେ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଭିଡକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଯେଉଁ ରୋଗୀ ଚିକିତ୍ସା ହେବା ପାଇଁ ଆସୁଛନ୍ତି, ସେମାନେ କେବଳ ଏହି ଧୂଆଁ ଓ ପ୍ରଦୂଷଣରେ ପୀଡିତ ହୋଇ ଆସୁଥିବା ଡାକ୍ତର କହିଛନ୍ତି। ଏ ପ୍ରଦୂଷଣରେ କେବଳ ଆଖି ନୁହେଁ, ଶରୀରର ଅନ୍ୟ ଅଂଶକୁ ମଧ୍ୟ କ୍ଷତି ପହଞ୍ଚାଇବ ବୋଲି ବିଶେଷଜ୍ଞ କହିଛନ୍ତି।

ସେପଟେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ ମଧ୍ୟ ପ୍ରଦୂଷଣକୁ ମାନିଛନ୍ତି। ଏହାର ପଛର କାରଣ ଖୋଜା ଯାଉଥିବା ଜିଲ୍ଲାପାଳ କହିଛନ୍ତି। ଜଙ୍ଗଲ ନିଆଁ ପାଇଁ ଏମିତି ହୋଇଛି କି ଆର୍‌ଏସ୍‌ପିରୁ ନିର୍ଗତ ବିଷାକ୍ତ ଗ୍ୟାସ ପାଇଁ ଏମିତି ହୋଇଛି, ସେନେଇ ସାମ୍ପୁଲ ନିଆଯାଇ ଟେଷ୍ଟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ପ୍ରଦୂଷଣ ପାଇଁ ଯେଉଁମାନେ ଦାୟି ସେମାନଙ୍କ ଉପରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଅନ୍ୟପଟେ ପ୍ରଦୂଷଣ ବିଭାଗ ମଧ୍ୟ ଏହାକୁ ମାନିବା ସହ ନିରାକରଣ ପାଇଁ ଚେଷ୍ଟା ଚାଲିଥିବା କହିଛନ୍ତି।

Related story