ପୁଣି ଫସିଲେ ବିଜେଡିର ବାହୁବଳୀ ନେତା

ଚିଲିକା(ଓଡ଼ିଶା ରିପୋର୍ଟର) କନିଷ୍ଠ ଯନ୍ତ୍ରୀଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗ । ଚିଲିକା ବିଜେଡି ବିଧାୟକ ପ୍ରାଶନ୍ତ ଜଗଦେବଙ୍କ ନାଁରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ।  କିନିଷ୍ଠ ଯନ୍ତ୍ରୀ ଜଗବନ୍ଧୁ ସାହୁ ଏନେଇ ଚଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଚିଠି ଲେଖିବା ସହ ଗତ ୧୫ ତାରିଖର ଘଟଣା ସଂପର୍କରେ ଅବଗତ କରାଇଥିଲେ। ନିଶାସକ୍ତ ଅବସ୍ଥାରେ ଥିବା ବିଧାୟକ ତାଙ୍କୁ ଓ ଅନ୍ୟ ଷ୍ଟାଫ୍‌ଙ୍କୁ ଖରାପ ବ୍ୟବହାର କରିବା ସହ ସ୍ଥାନୀୟ ଲୋକଙ୍କୁ ଲଗାଇ ମାଡ଼ ମାରିବାକୁ […]

8bn

Tapas Behera
  • Published: Monday, 17 August 2020
  • , Updated: 18 August 2020, 12:06 AM IST

ଚିଲିକା(ଓଡ଼ିଶା ରିପୋର୍ଟର) କନିଷ୍ଠ ଯନ୍ତ୍ରୀଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗ । ଚିଲିକା ବିଜେଡି ବିଧାୟକ ପ୍ରାଶନ୍ତ ଜଗଦେବଙ୍କ ନାଁରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ।  କିନିଷ୍ଠ ଯନ୍ତ୍ରୀ ଜଗବନ୍ଧୁ ସାହୁ ଏନେଇ ଚଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଚିଠି ଲେଖିବା ସହ ଗତ ୧୫ ତାରିଖର ଘଟଣା ସଂପର୍କରେ ଅବଗତ କରାଇଥିଲେ। ନିଶାସକ୍ତ ଅବସ୍ଥାରେ ଥିବା ବିଧାୟକ ତାଙ୍କୁ ଓ ଅନ୍ୟ ଷ୍ଟାଫ୍‌ଙ୍କୁ ଖରାପ ବ୍ୟବହାର କରିବା ସହ ସ୍ଥାନୀୟ ଲୋକଙ୍କୁ ଲଗାଇ ମାଡ଼ ମାରିବାକୁ ଧମକ ଦେଇଥିବା କନିଷ୍ଠ ଯନ୍ତ୍ରୀ ଚିଠିରେ  ଉଲ୍ଲେଖ କରିଛନ୍ତି । ତେବେ ତାଙ୍କ ନାଁରେ ଆସିଥିବା ଅଭିଯୋଗକୁ ବିଧାୟକ ପ୍ରଶାନ୍ତ ଜଗଦେବ ଖଣ୍ଡନ କରିବା ସହ ସେଭଳି କୌଣସି ଘଟଣା ଘଟିନଥିବା କହିଛନ୍ତି।

ଗତ ୧୫ ତାରିଖ ରାତିରେ ବିଧାୟକ ଜଗଦେବ, ତାଙ୍କ ପରିବାର, ବାଣପୁର ବିଡିଓ ଓ ତାଙ୍କ ସ୍ୱାମୀ ସିଡିଏ ସାଇଣ୍ଟିଷ୍ଟ ହଷ୍ଟେଲରେ ପହଞ୍ଚିଥିଲେ । ତାଙ୍କ ପାଇଁ ୨୦୩, ୨୦୪, ଓ ୨୦୫ ନମ୍ବର ରୁମ୍ ବୁକ୍ ହୋଇଥିବା ସେଠାରେ ଉପସ୍ଥିତ ଥିବା ଯନ୍ତ୍ରୀ ଜଗବନ୍ଧୁ ସାହୁ ଓ କେୟାର ଟେକର ତାଙ୍କୁ ଜଣାଇଥିଲେ  । ତେବେ ଏଥିରେ ଉତକ୍ଷିପ୍ତ ହେବା ସହ ୨୦୧ ଓ ୨୦୨ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ତାସହିତ ଗାଲିଗୁଲଜ କରିଥିବା କନିଷ୍ଠ ଯନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ । ସେହିପରି ଜୋର ଜବରଦସ୍ତ ୨୦୧ ଓ ୨୦୨ ରୁମ୍ ଖୋଲି ବିଧାୟକ ରହିଥିଲେ । ନିଶାସକ୍ତ  ଅବସ୍ଥାରେ ଥିବା ବିଧାୟକ ଚନ୍ଦ୍ରାପୁଟିଆ ଲୋକଙ୍କୁ  ଡକାଇ ସେମାନଙ୍କୁ ମାଡ ମାରିବାକୁ ଧମକ ବି ଦେଇଥିଲେ ବୋଲି କନିଷ୍ଠ ଯନ୍ତ୍ରୀ ଅଭିଯୋଗ କରିଛନ୍ତି। ବିଧାୟକ ୨୦୪ ନମ୍ବର ରୁମ୍‌ରେ ରାତି ୨ଟା ୩୦ ପର୍ଯ୍ୟନ୍ତ ଡ୍ରିଙ୍କସ୍  କରିଥିବା ଚିଠିରେ ଉଲ୍ଲେଖ ରହିଛି।

ସେପଟେ  ଚିଲିକା ଉନ୍ନୟନ୍ନ କର୍ତ୍ତୁପକ୍ଷଙ୍କୁ ଏନେଇ ଯୋଗାଯୋଗ କରାଯାଇଥିଲା ମଧ୍ୟ କୌଣsi ପ୍ରତିକ୍ରିୟା ମିଳି ପାରିନାହିଁ ।  ତେବେ କନିଷ୍ଠ ଯନ୍ତ୍ରୀ ଜଗବନ୍ଧୁଙ୍କ ଅଭିଯୋଗ ପାଇବା ପରେ ବାଲୁଗାଁ ଥାନାକୁ ତାହା ପଠାଯାଇଥିବା ଜଣାପଡିଛି । ସେପଟେ ବିଧାୟକ ପ୍ରଶାନ୍ତ ଜଗଦେବ କ୍ୟାମେରା ସାମ୍ନାକୁ ଆସିନଥିଲେ ମଧ୍ୟ  ଫୋନ୍‌ରେ କହିଛନ୍ତି ସେମିତି କିଛି ଘଟଣା ଘଟି ନାହିଁ ।  ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ।

ସୂଚନାଯୋଗ୍ୟ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାଁରେ ଏଭଳି ଅଭିଯୋଗ କିଛି ନୂଆ ନୁହେଁ । ବୌଦ୍ଧ ଜିଲ୍ଲା ମନୁମୁଣ୍ଡାଠାରେ ମାରପିଟ୍ ଘଟଣା ହେଉ କି ନିଜର ପୁରୁଣା ନିର୍ବାଚନମଣ୍ଡଳୀ ବୋଲଗଡ ବେଗୁନିଆରେ ସରକାରୀ ଅଧିକାରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ, ସବୁ ବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ପ୍ରଶାନ୍ତ ଜଗଦେବ। ତେବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାର କଥା।

Related story