ଭୁବନେଶ୍ୱର ଷ୍ଟେସନ୍‌ ଜଗିବେ ୨ ପ୍ଲାଟୁନ୍‌ ଆର୍‌ପିଏଫ୍‌ ଓ ଜିଆର୍‌ପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେନାରେ ଭର୍ତ୍ତି ପାଇଁ ଉତ୍ତରପ୍ରଦେଶ ଓ ବିହାରରୁ ଆସିଥିବା ପରୀକ୍ଷାର୍ଥୀଙ୍କ ଉତ୍ପାତ ପରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ର ସୁରକ୍ଷା ବ୍ୟବସ୍ଥା ବଢ଼ିଲା। ରେଳ ଷ୍ଟେସନ୍‌କୁ ଆଜିଠାରୁ ଜଗିବେ ୨ ପ୍ଲାଟୁନ୍‌ ଆରପିଏଫ୍‌ ଓ ଜିଆର୍‌ପି। ଦିଲ୍ଲୀ ତଥା ଦୂରଗାମୀ ଟ୍ରେନ୍‌ ପାଇଁ ମୁତୟନ ହେବେ ଫୋର୍ସ। କେବଳ ଟିକେଟ ଥିବା ଯାତ୍ରୀଙ୍କୁ ବଗି ଭିତରକୁ ଛାଡ଼ାଯିବ। ସେପଟେ ସେନା ପରୀକ୍ଷାର୍ଥୀଙ୍କ ଉତ୍ପାତରେ ଅତିଷ୍ଠ ହୋଇଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ। ପରୀକ୍ଷାର୍ଥୀଙ୍କ ଉତ୍ପାତ ପରେ […]

rpf-and-grp-will-protect-bhubaneswar-railway-station

Manoranjan Sial
  • Published: Wednesday, 16 October 2019
  • , Updated: 16 October 2019, 04:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେନାରେ ଭର୍ତ୍ତି ପାଇଁ ଉତ୍ତରପ୍ରଦେଶ ଓ ବିହାରରୁ ଆସିଥିବା ପରୀକ୍ଷାର୍ଥୀଙ୍କ ଉତ୍ପାତ ପରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ର ସୁରକ୍ଷା ବ୍ୟବସ୍ଥା ବଢ଼ିଲା। ରେଳ ଷ୍ଟେସନ୍‌କୁ ଆଜିଠାରୁ ଜଗିବେ ୨ ପ୍ଲାଟୁନ୍‌ ଆରପିଏଫ୍‌ ଓ ଜିଆର୍‌ପି। ଦିଲ୍ଲୀ ତଥା ଦୂରଗାମୀ ଟ୍ରେନ୍‌ ପାଇଁ ମୁତୟନ ହେବେ ଫୋର୍ସ। କେବଳ ଟିକେଟ ଥିବା ଯାତ୍ରୀଙ୍କୁ ବଗି ଭିତରକୁ ଛାଡ଼ାଯିବ।

ସେପଟେ ସେନା ପରୀକ୍ଷାର୍ଥୀଙ୍କ ଉତ୍ପାତରେ ଅତିଷ୍ଠ ହୋଇଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ। ପରୀକ୍ଷାର୍ଥୀଙ୍କ ଉତ୍ପାତ ପରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ କଡ଼ା ପଦକ୍ଷେପ ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ଓ ୧୨୦ ବାଟାଲିୟନ ଅଧିକାରୀଙ୍କୁ ଚିଠି। ଆଗକୁ ଏଭଳି ଇଣ୍ଟଭ୍ୟୁ ରାଜଧାନୀ ଭିତରେ ନ କରିବାକୁ ଚିଠି ଉଲ୍ଲେଖ କରିଛନ୍ତି। ଯଦି ଇଣ୍ଟଭ୍ୟୁ କରିବାକୁ ଚାହୁଁଛନ୍ତି, ତାହାହେଲେ ଗ୍ରାମାଞ୍ଚଳ କିମ୍ବା ଅନ୍ୟ କୌଣସି ଉପଯୁକ୍ତ ସ୍ଥାନରେ କରାଯାଉ। ରାଜ୍ୟ ସରକାର ତୁରନ୍ତ ଏ ସମ୍ପର୍କରେ କେନ୍ଦ୍ରକୁ ଜଣାନ୍ତୁ ବୋଲି ଚିଠିରେ ପୁଲିସ କମିଶନର।

ସେନାରେ ଭର୍ତ୍ତି ହେବାକୁ ବିଭିନ୍ନ ରାଜ୍ୟରୁ ପରୀକ୍ଷାର୍ଥୀମାନେ ଭୁବନେଶ୍ୱର ଆସିଥିଲେ। ପରୀକ୍ଷା ସରିବା ପରେ ବିହାର ଓ ଉତ୍ତରପ୍ରଦେଶର ଛାତ୍ରମାନେ ଘରକୁ ଫେରିବା ପାଇଁ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଏକତ୍ର ହୋଇଥିଲେ। ପରେ ଜୋରଜବଦସ୍ତ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ର ସଂରକ୍ଷିତ ବଗିରେ ଚଢ଼ି ଯାଇଥିଲେ। ଏପରିକି ପରୀକ୍ଷାର୍ଥୀମାନେ ଲଗେଜ ବଗିରେ ପଶି ଯାଇଥିଲେ। ଟ୍ରେନ୍‌କୁ ଅଟକାଇବା ପାଇଁ ୫ ଥର ଚେନ୍‌ ପୁଲିଂ କରିଥିଲେ। ଯେଉଁ ଟ୍ରେନ୍‌ଟି ଭୁବନେଶ୍ୱର ଷ୍ଟେସନରେ ମାତ୍ର ୫ ମିନିଟ୍‌ ଅଟକିଥାନ୍ତା, ସେହି ଟ୍ରେନ୍‌ ପାଖାପାଖି ଘଣ୍ଟାଏ ଅଟକି ରହିଥିଲା। ପରୀକ୍ଷାର୍ଥୀଙ୍କ ଉତ୍ପାତ ଯୋଗୁଁ ରେଳ ଷ୍ଟେସନରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଜିଆର୍‌ପି ଓ ଆରପିଏଫ୍‌କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଶେଷରେ ଜିଆର୍‌ପି ଓ ଆରପିଏଫ୍ ଫୋର୍ସ ପହଞ୍ଚି ପରୀକ୍ଷାର୍ଥୀଙ୍କୁ ଘଉଡାଇ ଦେଇଥିଲେ।

Related story