ଆରପିଏଫ୍‌ କନଷ୍ଟେବଳଙ୍କ ମାଡ଼ରେ ମହିଳା ଇଂଜିନିୟର ଲହୁଲୁହାଣ

ରାଉରକେଲା (ପବନ ତିୱାରୀ): ଆରପିଏଫ୍‌ କନଷ୍ଟେବଳଙ୍କ ମାଡ଼ରେ ଜଣେ ମହିଳା ଇଂଜିନିୟରଙ୍କ ମୁଣ୍ଡ ଫାଟି ଯାଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ଜଣଙ୍କ ରାଉରକେଲା ଜିଆରପି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ମହିଳା ଇଞ୍ଜିନିୟରଙ୍କ ନାଁ ଅନିତା ରାଜ୍‌। ଆରପିଏଫ୍‌ କନଷ୍ଟେବଳ ଜଣଙ୍କ ହେଲେ ଅଜିତ କୁମାର ନାଏକ। ଅନିତା ଅଭିଯୋଗ କରିଛନ୍ତି ଯେ ସେ ଗତକାଲି ଗୀତାଞ୍ଜଳି ଏକ୍ସପ୍ରେସରେ ବେଙ୍ଗାଲୋରର ଧରୁଆଡ଼ରୁ ହାୱଡ଼ା ଯାତ୍ରା କରୁଥିଲେ। ତେବେ ତାଙ୍କ ପାଖରେ ଟିକେଟ୍ ନଥିଲା। ପାନପୋଷ […]

anita-raj

Tapaswini Nayak
  • Published: Saturday, 02 October 2021
  • , Updated: 02 October 2021, 02:43 PM IST

ରାଉରକେଲା (ପବନ ତିୱାରୀ): ଆରପିଏଫ୍‌ କନଷ୍ଟେବଳଙ୍କ ମାଡ଼ରେ ଜଣେ ମହିଳା ଇଂଜିନିୟରଙ୍କ ମୁଣ୍ଡ ଫାଟି ଯାଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ଜଣଙ୍କ ରାଉରକେଲା ଜିଆରପି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଏହି ମହିଳା ଇଞ୍ଜିନିୟରଙ୍କ ନାଁ ଅନିତା ରାଜ୍‌। ଆରପିଏଫ୍‌ କନଷ୍ଟେବଳ ଜଣଙ୍କ ହେଲେ ଅଜିତ କୁମାର ନାଏକ। ଅନିତା ଅଭିଯୋଗ କରିଛନ୍ତି ଯେ ସେ ଗତକାଲି ଗୀତାଞ୍ଜଳି ଏକ୍ସପ୍ରେସରେ ବେଙ୍ଗାଲୋରର ଧରୁଆଡ଼ରୁ ହାୱଡ଼ା ଯାତ୍ରା କରୁଥିଲେ। ତେବେ ତାଙ୍କ ପାଖରେ ଟିକେଟ୍ ନଥିଲା। ପାନପୋଷ ଷ୍ଟେସନ ନିକଟରେ ତାଙ୍କୁ ଟିକେଟ୍ ଦେଖାଇବାକୁ କହିଥିଲେ ଆର୍‌ପିଏଫ୍ କନଷ୍ଟେବଳ ଅଜିତ। କିନ୍ତୁ ତାଙ୍କ ପାଖରେ ଟିକେଟ୍ ନଥିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଅଜିତ ତାଙ୍କୁ ମାଡ଼ ମାରିଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା।

ଇଂଜିନିୟର ଅନିତା ଦାସ କହିଛନ୍ତି, ମୋ ପାଖରେ ଟଙ୍କା ନଥିବାରୁ ମୁଁ ଟିକେଟ କରି ପାରି ନଥିଲି। ଟ୍ରେନରେ ସିଟ୍‌ ଖାଲିଥିବାରୁ ମୁଁ ବସିଥିଲି। ତେବେ କେହି ଲୋକ ଆସି ଉଠାଇ ଦେଇଥିଲେ ମୁଁ ଉଠି ଯାଇଥାନ୍ତି।  ମୁଁ ସିଟ୍‌ରେ ବସିଥିବା ସମୟରେ ଆରପିଏଫ୍‌ କନଷ୍ଟେବଳ ଆସି ଟିକେଟ ଦେଖାଇବାକୁ କହିଥିଲେ।  ମୋ ପାଖରେ ଟିକେଟ ନଥିଲା। ଏହା ପରେ ସେ ମୋତେ ମାଡ଼ ମାରିଥିଲେ। ମାଡ଼ ମାରିବାକୁ ଆରପିଏଫ୍‌ କନଷ୍ଟେବଳଙ୍କୁ କିଏ ଅଧିକାର ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ରାଉରକେଲା ଜିଆରପି ଥାନା ଅଧିକାରୀ ରଞ୍ଜନ ପଟ୍ଟନାୟକ କହିଛନ୍ତି, ମହିଳା ଇଂଜିନିୟରଙ୍କ ଅଭିଯୋଗ ପରେ ଥାନାରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ କରାଯାଉଛି।

Related story