ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ: ଡଗ୍ ଓ ବମ୍ ସ୍ୱାଡ୍ ଦ୍ୱାରା ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

ପୁରୀ: ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ରାଷ୍ଟ୍ରପତି ହେବା ପରେ ଆସନ୍ତାକାଲି ଚତୁର୍ଥ ଥର ପାଇଁ ପୁରୀ ଆସୁଛନ୍ତି ଶ୍ରୀ ମୁଖାର୍ଜି। ଏଥିପାଇଁ ପୋଲିସ୍ ମହାନିର୍ଦ୍ଦେଶକ ସଂଜୀବ ମାରିକ ଆଜି ପୁରୀ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ପୋଲିସ୍ ଡିଜିଙ୍କ ସହ ଆଇଜି ଆରପି କୋଚେ, ଏସପି ଆଶିଷ କୁମାର ସିଂହ ପ୍ରମୁଖ ତାଳବଣିଆ ହେଲିପ୍ୟାଡରେ ପହଞ୍ଚି କାର୍କେଡ୍ ରାଲିର ଅନୁଧ୍ୟାନ କରିଥିଲେ। ପୋଲିସ୍ […]

dgp marik

Rakesh Mallick
  • Published: Thursday, 06 August 2015
  • , Updated: 06 August 2015, 07:18 AM IST

ପୁରୀ: ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ରାଷ୍ଟ୍ରପତି ହେବା ପରେ ଆସନ୍ତାକାଲି ଚତୁର୍ଥ ଥର ପାଇଁ ପୁରୀ ଆସୁଛନ୍ତି ଶ୍ରୀ ମୁଖାର୍ଜି। ଏଥିପାଇଁ ପୋଲିସ୍ ମହାନିର୍ଦ୍ଦେଶକ ସଂଜୀବ ମାରିକ ଆଜି ପୁରୀ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ପୋଲିସ୍ ଡିଜିଙ୍କ ସହ ଆଇଜି ଆରପି କୋଚେ, ଏସପି ଆଶିଷ କୁମାର ସିଂହ ପ୍ରମୁଖ ତାଳବଣିଆ ହେଲିପ୍ୟାଡରେ ପହଞ୍ଚି କାର୍କେଡ୍ ରାଲିର ଅନୁଧ୍ୟାନ କରିଥିଲେ। ପୋଲିସ୍ ମହାନିର୍ଦ୍ଦେଶକ ସଂଜୀବ ମାରିକ କହିଛନ୍ତି ଯେ, ପୋଲିସ ଓ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି। ଯେକୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ହେଲିପ୍ୟାଡ୍ ସ୍ଥଳରେ ଡଗ୍ ସ୍ୱାଡ୍ ଓ ବମ୍ ସ୍ୱାଡ୍ ପକ୍ଷରୁ ଯାଞ୍ଚ କରାଯାଇଛି। ସେହିପରି କାର୍କେଡ ରାଲିର ଦାୟିତ୍ୱରେ ଜଣେ ବରିଷ୍ଠ ଡିସିପି ରାଙ୍କର ଅଫିସର। କଟକ ଓ ଭୁବନେଶ୍ୱରରେ ମୁତୟନ ହେବେ ୬୩ ପ୍ଲାଟୁନ ପୋଲିସ।

ଆସନ୍ତାକାଲି ଅପରାହ୍ଣ ୪ଟାରେ ରାଷ୍ଟ୍ରପତି ଆସି ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ। ଏହାପରେ ହେଲିପ୍ୟାଡରୁ ରାଷ୍ଟ୍ରପତି କାର୍କେଡରେ ରାଜଭବନକୁ ଯିବେ। ସେଠାରେ ରାଷ୍ଟ୍ରପତି କିଛି ସମୟ ବିଶ୍ରାମ କରିବା ପରେ ସନ୍ଧ୍ୟା ୬ଟାରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ।ଶ୍ରୀମନ୍ଦିରରେ ରାଷ୍ଟ୍ରପତି ପ୍ରାୟ ଅଧଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି।

Related story