ବନ୍ଧାହେଲେ ୪ ଜିଏସ୍‌ଟି ଠକ

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଡ଼ ଧରଣର ଜିଏସ୍‌ଟି ଘୋଟାଲା ପର୍ଦ୍ଦାଫାସ୍ ହୋଇଛି। ଏହି ଘଟଣାରେ ରାଉରକେଲାରୁ ୩ ଓ ଯାଜପୁରରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି GST କମିଶନର ସୁଶିଲ ଲୋହାନୀ। ସେ କହିଛନ୍ତି, ମିଛ ନେଣଦେଣ ଦେଖାଇ ବ୍ୟାପକ ଟିକସ ହେରଫେର କରାଯାଇଛି। ସାଧାରଣ ଲୋକ ଓ ଗୃହିଣୀଙ୍କ ନାଁରେ ଆକାଉଣ୍ଟ କରି ନେଣଦେଣ କରାଯାଉଥିଲା। ୨ ମାସ ଧରି ଅନୁସନ୍ଧାନ କରିବା ପରେ ହେର୍‌ଫେର୍‌ ଧରାପଡ଼ିଛି। ମିଛ ଇ-ୱେବିଲ୍‌, ମିଛ […]

gst-collection-

Manoranjan Sial
  • Published: Friday, 25 October 2019
  • , Updated: 25 October 2019, 06:19 PM IST

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଡ଼ ଧରଣର ଜିଏସ୍‌ଟି ଘୋଟାଲା ପର୍ଦ୍ଦାଫାସ୍ ହୋଇଛି। ଏହି ଘଟଣାରେ ରାଉରକେଲାରୁ ୩ ଓ ଯାଜପୁରରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି GST କମିଶନର ସୁଶିଲ ଲୋହାନୀ।

ସେ କହିଛନ୍ତି, ମିଛ ନେଣଦେଣ ଦେଖାଇ ବ୍ୟାପକ ଟିକସ ହେରଫେର କରାଯାଇଛି। ସାଧାରଣ ଲୋକ ଓ ଗୃହିଣୀଙ୍କ ନାଁରେ ଆକାଉଣ୍ଟ କରି ନେଣଦେଣ କରାଯାଉଥିଲା। ୨ ମାସ ଧରି ଅନୁସନ୍ଧାନ କରିବା ପରେ ହେର୍‌ଫେର୍‌ ଧରାପଡ଼ିଛି। ମିଛ ଇ-ୱେବିଲ୍‌, ମିଛ ଇନ୍‌ ଭଏସ କରି ଟିକସ୍‌ ଠକୁଥିଲେ। ଠକେଇ ମାଷ୍ଟର ମାଇଣ୍ଡ ରାଉରକେଲାର ଅତୁଲ ବଂଶଲ ବୋଲି ସୁଶିଲ ଲୋହାନୀ କହିଛନ୍ତି। ତାଙ୍କ ସହ ୪ ଜଣଙ୍କୁ ଗିରଫ କରାଯାଇଛି।

ସେମାନେ ହେଲେ ରାଉରକେଲାର ଦୀନଦୟାଲ ଅଗ୍ରୱାଲ, ଆଦିତ୍ୟ ନାୟକ ଓ ଯାଜପୁରର ରାମଚନ୍ଦ୍ର ମଲ୍ଲିକ। ୨ ମାସରେ ଏମାନେ ପ୍ରାୟ ୧୩୮ କୋଟି ଟଙ୍କାର ଟିକସ ଠକିଥିବା ସେ ସୂଚନା ଦେଇଛନ୍ତି।

ଆଜି ସକାଳେ ରାଉରକେଲାର ୩ଟା ଜାଗାନେ ଚଢ଼ଉ କରିଥିଲା GST ଏନ୍‌ଫୋର୍ସମେଣ୍ଟ ଟିମ୍‌। ରାଉରକେଲା ଓ ଝାରସୁଗୁଡ଼ାର ଜିଏସ୍‌ଟି ଟିମ୍‌ ମିଳିତ ଭାବେ ଚଢ଼ଉ କରିଥିଲା। ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିଲା।

Related story