କେବଳ ସରପଞ୍ଚ ନୁହେଁ ପଞ୍ଚାୟତ ପିଅନଙ୍କୁ ବି ୫୦ ଲକ୍ଷ ଟଙ୍କାର ବୀମାଭୁକ୍ତ କର: ବିରୋଧୀ ଦଳ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବଳ ସରପଞ୍ଚ ନୁହେଁ କରୋନା ମୁକାବିଲାରେ ନିୟୋଜିତ ଥିବା ପଞ୍ଚାୟତର ପିଇଓ,ଜିଆରଏସ,ପିଅନ ଓ ରାତ୍ରି ଜଗୁଆଳୀଙ୍କ ପାଇଁ ମଧ୍ୟ ୫୦ଲକ୍ଷ ଟଙ୍କାର ବୀମାଭକ୍ତ କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଦାବି କରିଛନ୍ତି। ଶ୍ରୀ ନାଏକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି, ସରପଞ୍ଚମାନଙ୍କୁ ୫୦ଲକ୍ଷ ଟଙ୍କାର ବୀମାଭୁକ୍ତ କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ପଞ୍ଚାୟତରେ କାର୍ଯ୍ୟରତ ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ୫୦ଲକ୍ଷ […]

pradeep-nayak

Manoranjan Sial
  • Published: Friday, 15 May 2020
  • , Updated: 15 May 2020, 08:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବଳ ସରପଞ୍ଚ ନୁହେଁ କରୋନା ମୁକାବିଲାରେ ନିୟୋଜିତ ଥିବା ପଞ୍ଚାୟତର ପିଇଓ,ଜିଆରଏସ,ପିଅନ ଓ ରାତ୍ରି ଜଗୁଆଳୀଙ୍କ ପାଇଁ ମଧ୍ୟ ୫୦ଲକ୍ଷ ଟଙ୍କାର ବୀମାଭକ୍ତ କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଦାବି କରିଛନ୍ତି।

ଶ୍ରୀ ନାଏକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି, ସରପଞ୍ଚମାନଙ୍କୁ ୫୦ଲକ୍ଷ ଟଙ୍କାର ବୀମାଭୁକ୍ତ କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ପଞ୍ଚାୟତରେ କାର୍ଯ୍ୟରତ ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ୫୦ଲକ୍ଷ ଟଙ୍କାର ବୀମାଭୁକ୍ତ କରିବାକୁ ଦାବି ଜଣାଇଛନ୍ତି। ବର୍ତ୍ତମାନର ବିପତ୍ତି ସମୟରେ ସରପଞ୍ଚମାନଙ୍କ ପରିବାରର କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ତେବେ ରାଜ୍ୟର ମୋଟ ୬୭୯୮ଟି ପଞ୍ଚାୟତ ମଧ୍ୟରୁ ୪୮୬୨ଟି ପଞ୍ଚାୟତରେ ସ୍ଥାୟୀ ପିଇଓ(ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ) ଥିବାବେଳେ ଅନ୍ୟ ପଂଚାୟତଗୁଡ଼ିକରେ ଏହି ପଦବୀ ଖାଲି ପଡ଼ିଛି। ତେଣୁ ଅଧିକାଂଶ ପିଇଓ ଦୁଇଟି ଲେଖାଏ ପଞ୍ଚାୟତ ଦାୟିତ୍ୱରେ ରହିଛନ୍ତି। ସେହିପରି ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ(ଜିଆରଏସ) , ପିଅନ ଓ ରାତ୍ରିକାଳୀନ ଜଗୁଆଳୀମାନେ କାର୍ଯ୍ୟ କରୁଛନ୍ତି। ସେମାନେ ସରକାରଙ୍କ ସ୍ଥାୟୀ କର୍ମଚାରୀ ନୁହଁନ୍ତି ଓ ଖୁବ୍ କମ୍ ପାରିଶ୍ରମିକ ପାଇଥାନ୍ତି। ତଥାପି ସେମାନେ କରୋନା ଭଳି ବିପତ୍ତି ସମୟରେ ମାନବିକତା ଦୃଷ୍ଟିରୁ ଲୋକଙ୍କ ଜୀବନ ରକ୍ଷା ପାଇଁ ଦିନରାତି କାମ କରୁଛନ୍ତି।

ତେଣୁ ଏସବୁ ଦିଗ ପ୍ରତି ଦୃଷ୍ଟି ଦେଇ ସମସ୍ତ ପଞ୍ଚାୟତରେ ଥିବା ସବୁ କର୍ମଚାରୀଙ୍କୁ ବୀମାଭୁକ୍ତ କରାଗଲେ ଓ କୌଣସି କାରଣରୁ କରୋନା ବିପତ୍ତିର ମୁକାବିଲା କରୁଥିବା ଏହି ଯୋଦ୍ଧାମାନଙ୍କ ମୃତ୍ୟୁ ହୁଏ ତା’ହେଲେ ସେମାନଙ୍କ ପରିବାର ଉପକୃତ ହୋଇପାରିବେ। ତା’ଛଡ଼ା କଠିନ ପରିଶ୍ରମ କରୁଥିବା ଏହି ପଞ୍ଚାୟତ କର୍ମଚାରୀମାନଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇବ ବୋଲି ଶ୍ରୀ ନାଏକ ତାଙ୍କ ଚିଠିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।

Related story