କେନ୍ଦୁପତ୍ର ତୋଳାଳୀଙ୍କୁ ୫୯.୭୮କୋଟି ଟଙ୍କାର ବୋନସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ୫୯.୭୮କୋଟି ଟଙ୍କାର ବୋନସ୍ ସମେତ ମୋଟ ୯୨.୩୭କୋଟି ଟଙ୍କାର ସହାୟତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ବା ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମ ହେଲେ ସେମାନଙ୍କୁ ଏକ ଲକ୍ଷ ଟଙ୍କା ପରିବର୍ତ୍ତେ ଏଣିକି ୨ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମିଳିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦୁପତ୍ର କଲ୍ୟାଣ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ […]

kendu-leave

kendu-leave

Manoranjan Sial
  • Published: Monday, 11 January 2021
  • Updated: 11 January 2021, 07:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ୫୯.୭୮କୋଟି ଟଙ୍କାର ବୋନସ୍ ସମେତ ମୋଟ ୯୨.୩୭କୋଟି ଟଙ୍କାର ସହାୟତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ବା ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମ ହେଲେ ସେମାନଙ୍କୁ ଏକ ଲକ୍ଷ ଟଙ୍କା ପରିବର୍ତ୍ତେ ଏଣିକି ୨ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମିଳିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦୁପତ୍ର କଲ୍ୟାଣ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୈଠକରେ ସାମିଲ ହୋଇଥିଲେ। ବୋର୍ଡ ବୈଠକରେ କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ଚଳିତବର୍ଷ ବୋନସ, ଅନ୍ୟାନ୍ୟ ସହାୟତା ଓ ଭିତ୍ତିଭୂମି ବିକାଶ ଉଦ୍ଦେଶ୍ୟରେ ୯୨.୩୭କୋଟି ଟଙ୍କା ବୋର୍ଡ ମଞ୍ଜୁର କରିଛନ୍ତି। କୋଭିଡ୍ ମହାମାରୀ ସମୟରେ ୬୦ଲକ୍ଷରୁ ଅଧିକ କର୍ମ ଦିବସ ଜଙ୍ଗଲ ବିଭାଗ ସୃଷ୍ଟି କରିପାରିଥିଲା। ଏହାଦ୍ୱାରା ୭ଲକ୍ଷ ୫୪ହଜାର ୬୩୧ଜଣ କେନ୍ଦୁପତ୍ର ତୋଳାଳୀ, ୧୮୨୨୩ଜଣ ବନ୍ଧେଇ ଶ୍ରମିକ ଓ ୧୬୫୩୩ଜଣ ସାମୟିକ କର୍ମଚାରୀ ଉପକୃତ ହୋଇଛନ୍ତି। ୨୦୨୦ ମସିହାରେ ଏବାବଦରେ ୨୫୦କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକଉଣ୍ଟରେ ପୈଠ ହୋଇଛି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପିସିସିଏଫ ପ୍ରଭାକର ବେହେରା, ଜଙ୍ଗଲ ଓ ପରିବେଶ ସଚିବ ମୋନା ଶର୍ମାଙ୍କ ସମେତ ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos