ଓଡ଼ିଶା ଆସିବେ ମୋହନ ଭାଗବତ ଓ ଜେପି ନଡ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଗସ୍ତରେ ଆସୁଛନ୍ତି RSS ମୁଖ୍ୟ ମୋହନ ଭାଗବତ। ଆସନ୍ତା ୧୨ରୁ ୨୦ ତାରିଖ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା RSSର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେବେ ମୋହନ ଭାଗବତ। ସେ ଏହି କାର୍ଯ୍ୟକ୍ରମ ପାଇଁ ୯ ଦିନ ଯାକ ଓଡ଼ିଶାରେ ରହିବେ। ତେବେ ୧୫ ତାରିଖରେ ଏହି କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେବେ। ସେ ୧୮ ତାରିଖ ପର୍ଯ୍ୟନ୍ତ ରହିବେ। RSSର କାର୍ଯ୍ୟକାରୀ ମଣ୍ଡଳ […]

rss-chief-mohan-bhagabate-and-jp-nadda-will-come-to-odisha

Manoranjan Sial
  • Published: Thursday, 10 October 2019
  • , Updated: 10 October 2019, 07:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଗସ୍ତରେ ଆସୁଛନ୍ତି RSS ମୁଖ୍ୟ ମୋହନ ଭାଗବତ। ଆସନ୍ତା ୧୨ରୁ ୨୦ ତାରିଖ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା RSSର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେବେ ମୋହନ ଭାଗବତ। ସେ ଏହି କାର୍ଯ୍ୟକ୍ରମ ପାଇଁ ୯ ଦିନ ଯାକ ଓଡ଼ିଶାରେ ରହିବେ।

ତେବେ ୧୫ ତାରିଖରେ ଏହି କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେବେ। ସେ ୧୮ ତାରିଖ ପର୍ଯ୍ୟନ୍ତ ରହିବେ। RSSର କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି।

Related story