୨୪ରେ ଓଡ଼ିଶା ଆସିବେ ମୋହନ ଭାଗବତ, ୩ ଦିନ ରହିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ସଂଗଠନକୁ ସୁଦୃଢ଼ କରିବା ଉପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ) ଏବେ ଅଧିକ ଗୁରୁତ୍ୱ ଦେଉଛି। ଆସନ୍ତା ୨୫ତାରିଖରେ ସଂଘର ପୂର୍ବାଂଚଳ କ୍ଷେତ୍ର ବୈଠକ ଭୁବନେଶ୍ୱରରେ ହେବାକୁ ଥିବାବେଳେ ସରସଂଘଚାଳକ ମୋହନ ଭାଗବତ ଆସନ୍ତା ୨୪ତାରିଖରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସଂଘର ସରକାର୍ଯ୍ୟବାହ ସୁରେଶ(ଭାୟାଜୀ) ଯୋଶୀ ମଧ୍ୟ ଭୁବନେଶ୍ୱର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଆରଏସଏସ୍ ପ୍ରାନ୍ତ ପ୍ରଚାର ପ୍ରମୁଖ(ଓଡ଼ିଶା ପୂର୍ବ) ରବିନାରାୟଣ ପଣ୍ଡା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, […]

mohan-bhagawate

Manoranjan Sial
  • Published: Saturday, 21 November 2020
  • , Updated: 21 November 2020, 08:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ସଂଗଠନକୁ ସୁଦୃଢ଼ କରିବା ଉପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ) ଏବେ ଅଧିକ ଗୁରୁତ୍ୱ ଦେଉଛି। ଆସନ୍ତା ୨୫ତାରିଖରେ ସଂଘର ପୂର୍ବାଂଚଳ କ୍ଷେତ୍ର ବୈଠକ ଭୁବନେଶ୍ୱରରେ ହେବାକୁ ଥିବାବେଳେ ସରସଂଘଚାଳକ ମୋହନ ଭାଗବତ ଆସନ୍ତା ୨୪ତାରିଖରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସଂଘର ସରକାର୍ଯ୍ୟବାହ ସୁରେଶ(ଭାୟାଜୀ) ଯୋଶୀ ମଧ୍ୟ ଭୁବନେଶ୍ୱର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।

ଆରଏସଏସ୍ ପ୍ରାନ୍ତ ପ୍ରଚାର ପ୍ରମୁଖ(ଓଡ଼ିଶା ପୂର୍ବ) ରବିନାରାୟଣ ପଣ୍ଡା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱରର ତୋରପନ୍ଥ ଭବନରେ ପୂର୍ବକ୍ଷେତ୍ର ପାଇଁ ଉଦ୍ଦିଷ୍ଟ ସାଂଗଠନିକ କାର୍ଯ୍ୟକ୍ରମ ବୈଠକ ୨୫ ଓ ୨୬ତାରିଖରେ ଅନୁଷ୍ଠିତ ହେବ। ଏଥିରେ ପଶ୍ଚିମବଙ୍ଗ, ଓଡ଼ିଶା, ଆଣ୍ଡାମାନ ଓ ନିକୋବରରେ ଥିବା ଆରଏସଏସ୍ ମଣ୍ଡଳର ୩୫ଜଣ ସଦସ୍ୟ ସାମିଲ ହେବେ। କରୋନା ଗାଇଡଲାଇନକୁ ଦୃଷ୍ଟିରେ ରଖି ପ୍ରଥମଥର ପାଇଁ କ୍ଷେତ୍ରସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି। ପ୍ରତିବର୍ଷ ଦୀପାବଳୀରେ ଆସନ୍ତାବର୍ଷର କାର୍ଯ୍ୟଯୋଜନା ଓ ଏବେ ଚାଲୁଥିବା କାର୍ଯ୍ୟର ସମୀକ୍ଷା ପାଇଁ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଥାଏ। ଏଥିରେ ସମସ୍ତ ସଂଘଚାଳକ, ପ୍ରାନ୍ତ କାର୍ଯ୍ୟବାହ, ପ୍ରାନ୍ତ ପ୍ରଚାରକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥାନ୍ତି। ଚଳିତବର୍ଷ ଏହି ବୈଠକ ୟୁପିର ପ୍ରୟାଗରାଜଠାରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ କରୋନା ଯୋଗୁ ବୈଠକକୁ ଅଖିଳ ଭାରତୀୟସ୍ତରରେ ନକରି କ୍ଷେତ୍ରସ୍ତରରେ କରାଯାଉଛି। ପୂର୍ବକ୍ଷେତ୍ରର ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ।

ବୈଠକରେ ଆରଏସଏସ୍ ସ୍ୱୟଂସେବକଙ୍କ ଦ୍ୱାରା କରାଯାଇଥିବା ସେବାକାର୍ଯ୍ୟର ଆଲୋଚନା ଓ ସମୀାକ୍ଷ ହେବା ସହ କୋଭିଡ ଯୋଗୁ ପ୍ରଭାବିତ ଜନଜୀବନ, ଶିକ୍ଷା, ସ୍ୱାସ୍ଥ୍ୟ, ଆତ୍ମନିର୍ଭରଶୀଳତା, ସ୍ୱଦେଶୀ ଇତ୍ୟାଦି ବିଷୟ ଉପରେ ମଧ୍ୟ ଆଲୋଚନା ହେବ। ଏହାସହିତ ପରିବର୍ତ୍ତିତ ପରିସ୍ଥିତିରେ ସଂଘର କାର୍ଯ୍ୟ, ଦୈନିକ ଚାଲୁଥିବା ଶାଖାର ସ୍ୱରୂପ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।

Related story