କୋଣାର୍କରେ ଟିକେଟ ସ୍କାମ୍: ହଟିଲେ ଏଏସଆଇ ଓଡ଼ିଶା ମୁଖ୍ୟ

ଭୁବନେଶ୍ୱର(ଲକ୍ଷ୍ମୀନାରାୟଣ କାନୁନଗୋ): ଓଡ଼ିଶା ରିପୋର୍ଟର ଖବର ପ୍ରସାରଣର ପ୍ରଭାବ। କୋଣାର୍କ ଓ ଖଣ୍ଡଗିରି-ଉଦୟଗିରିରୁ ମାସିକ ପ୍ରାୟ ୫୦ ଲକ୍ଷ ଟଙ୍କାର ଟିକେଟ ଅର୍ଥ ହରିଲୁଟ ହେଉଥିବା ନେଇ ଅକ୍ଟୋବର ୨୧ ତାରିଖରେ ଖବର ପ୍ରସାରଣ ପରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭୁବନେଶ୍ବର ଏଏସଆଇ ବା ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଭୁବନେଶ୍ବର ସର୍କଲ ମୁଖ୍ୟ- ସୁପରିଟେଣ୍ଡିଣ୍ଡ୍ ଆର୍କିଓଲୋଜିଷ୍ଟ ବା ଅଧୀକ୍ଷଣ ପୁରାତତ୍ବବିତ୍- ଅରୁଣ କୁମାର ମଲ୍ଲିକଙ୍କୁ ଏଏସଆଇର ଦିଲ୍ଲୀ ମୁଖ୍ୟାଳୟକୁ ବଦଳି କରାଯାଇଛି। ଓଡ଼ିଶାରେ ବିଶ୍ବପ୍ରସିଦ୍ଧ […]

asi

  • Published: Saturday, 10 December 2022
  • , Updated: 10 December 2022, 10:05 PM IST

ଭୁବନେଶ୍ୱର(ଲକ୍ଷ୍ମୀନାରାୟଣ କାନୁନଗୋ): ଓଡ଼ିଶା ରିପୋର୍ଟର ଖବର ପ୍ରସାରଣର ପ୍ରଭାବ। କୋଣାର୍କ ଓ ଖଣ୍ଡଗିରି-ଉଦୟଗିରିରୁ ମାସିକ ପ୍ରାୟ ୫୦ ଲକ୍ଷ ଟଙ୍କାର ଟିକେଟ ଅର୍ଥ ହରିଲୁଟ ହେଉଥିବା ନେଇ ଅକ୍ଟୋବର ୨୧ ତାରିଖରେ ଖବର ପ୍ରସାରଣ ପରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭୁବନେଶ୍ବର ଏଏସଆଇ ବା ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଭୁବନେଶ୍ବର ସର୍କଲ ମୁଖ୍ୟ- ସୁପରିଟେଣ୍ଡିଣ୍ଡ୍ ଆର୍କିଓଲୋଜିଷ୍ଟ ବା ଅଧୀକ୍ଷଣ ପୁରାତତ୍ବବିତ୍- ଅରୁଣ କୁମାର ମଲ୍ଲିକଙ୍କୁ ଏଏସଆଇର ଦିଲ୍ଲୀ ମୁଖ୍ୟାଳୟକୁ ବଦଳି କରାଯାଇଛି।

ଓଡ଼ିଶାରେ ବିଶ୍ବପ୍ରସିଦ୍ଧ କୋଣାର୍କ ସହ ୮୦ କୀର୍ତ୍ତିରାଜିର ସୁରକ୍ଷା ଦାୟିତ୍ବ ନେଇଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସଆଇ)ର। କୋଣାର୍କ ମନ୍ଦିର ଓ ଖଣ୍ଡଗିରି-ଉଦୟଗିରି ସମେତ ରାଜ୍ୟର କିଛି ଜାତୀୟ କୀର୍ତ୍ତିରାଜିରେ ପର୍ଯ୍ୟଟକଙ୍କଠାରୁ ପ୍ରତିଦିନ ଟିକେଟ ଜରିଆରେ ଫି ଆଦାୟ କରିଥାଏ ଏଏସଆଇ। କୋଣାର୍କ ମନ୍ଦିରକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକଙ୍କଠାରୁ ଏଏସଆଇର କୋଣାର୍କ ସବ-ସର୍କଲ କର୍ମଚାରୀମାନେ ନିୟମିତ ଟିକେଟ ଜରିଆରେ ଅର୍ଥ ଆଦାୟ କରିଥାନ୍ତି। ଚଳିତ ବର୍ଷ ଜୁଲାଇ ୨୧ ତାରିଖରେ ସ୍ବତନ୍ତ୍ର ଦଳର ଯାଂଚ୍ ପରେ ଆକସ୍ମିକ ଭାବେ ପର୍ଯ୍ୟଟକଙ୍କ ସଂଖ୍ୟା ଓ ଟିକେଟରୁ ମିଳୁଥିବା ଟଙ୍କାର ପରିମାଣ ୪ ଗୁଣରୁ ଅଧିକ ବଢ଼ିଯାଇଥିବା ଦେଖାଯାଇଥିଲା।

ପର୍ଯ୍ୟଟକଙ୍କ ଋତୁ କୁହାଯାଉଥିବା ଶୀତୁଆ ଜାନୁଆରୀ ମାସରେ କୋଣାର୍କକୁ ମାତ୍ର ୪୧ ହଜାର ପର୍ଯ୍ୟଟକ ଆସିଥିବା ଦର୍ଶଯାଇଥିବା ବେଳେ ସପଟେମ୍ବର ମାସରେ ଏହା ୧ ଲକ୍ଷ ୭୯ ହଜାରରେ ପହଁଚିଯାଇଥିଲା। ଆମେ ସୂଚନା ଅଧିକାର ଆଇନ ପ୍ରୟୋଗ କଲା ପରେ ଏହି ସତ୍ୟ ପଦାକୁ ଆସିଥିଲା। କୋଣାର୍କରେ ଭାରତୀୟ ପର୍ଯ୍ୟଟକଙ୍କଠାରୁ ମୁଣ୍ଡ ପିଛା ୪୦ ଟଙ୍କା ଓ କେତେକ ବିଦେଶୀ ପର୍ଯ୍ୟଟକଙ୍କଠାରୁ ମୁଣ୍ଡ ପିଛା ୬୦୦ ଟଙ୍କା ଯାଇଥାଏ। ଜାନୁଆରୀ ମାସରେ ଟିକେଟରୁ ଅର୍ଥ ସଂଗ୍ରହ ପରିମାଣ ମାତ୍ର ୧୬ ଲକ୍ଷ ୭୧ ହଜାର ଟଙ୍କା ହୋଇଥିବାବେଳ, ସେପଟେମ୍ବର ମାସରେ ଏହି ଅର୍ଥ ସଂଗ୍ରହ ପରିମାଣ ୭୨ ଲକ୍ଷ ୨୭ ହଜାରରେ ପହଁଚିଯାଇଥିଲା। ଯାହାକି ୪ଗୁଣରୁ ଅଧିକ। ଟିକେଟକୁ ରିସାଇକେଲ କରି ପର୍ଯ୍ୟଟକଙ୍କ ସଂଖ୍ୟାକୁ ଜାଣିଶୁଣି କମାଯାଉଥିଲା, ଆଉ ଏହି ବାଟେ ମାସକୁ ପ୍ରାୟ ୫୦ ଲକ୍ଷ ଟଙ୍କା ହରିଲୁଟ ହେଉଥିଲା ବୋଲି ଆଶଙ୍କା କରାଯାଉଛି।

ସେହିଭଳି ଜାନୁଆରୀର ଶୀତୁଆ ମାସରେ ଖଣ୍ଡଗିରି ଓ ଉଦୟଗିରିକୁ ୮ ହଜାର ୫୮୪ ପର୍ଯ୍ୟଟକ ଆସିଥିବା ବେଳେ ବର୍ଷାପ୍ରବଣ ସେପଟେମ୍ବର ମାସରେ ପର୍ଯ୍ୟଟକ ସଂଖ୍ୟା ୨୫ ହଜାର ୬୧୭କୁ ବଢ଼ିଯାଇଥିଲା। ଆଉ ସେହିଭଳି ଟିକେଟରୁ ସଂଗ୍ରହ ଅର୍ଥ ପରିମାଣ ମଧ୍ୟ ୨.୧୮ ଲକ୍ଷରୁ ୬.୪୩ ଲକ୍ଷକୁ ବଢ଼ିଯାଇଥିଲା- ଯାହାକି ପ୍ରାୟ ତିନି ଗୁଣ ହେବ। ଏଭଳି କାରବାର ପଛରେ ଏକ ବଡ଼ ରାକେଟ ରହିଥିବା ସନ୍ଦେହ ସୃଷ୍ଟି ହୋଇଥିଲା।

Related story