ଫସିଗଲା ସ୍କୁଲ ଭ୍ୟାନ୍‌, ପିଲାଙ୍କୁ ଓହ୍ଲାଇବା ପରେ ହେଲା ଫାଇନ୍‌  

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଆରଟିଓ ପକ୍ଷରୁ ସ୍କୁଲ ପିଲା ବୋଝେଇ ଟାଟା ମେଜିକ୍‌ ଗାଡ଼ିକୁ ବଡ଼ଧରଣର ଫାଇନ କରାଯାଇଛି। ଆଜି ସକାଳେ ଏକ ଟାଟା ମେଜିକ (OR-22E-4065) ଗାଡି ସ୍କୁଲ ପିଲାଙ୍କୁ ନେଇ ଇଚ୍ଛାପୁରସ୍ଥିତ ଏକ ଇଂଲିଶ ମିଡ଼ିୟମ ସ୍କୁଲକୁ ଯାଉଥିଲା l ଏହି ସମୟରେ RTO କର୍ମଚାରୀ ଓ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ  ମିଳିତ ଚଢ଼ାଉ କରି ଗାଡ଼ିଟିକୁ ଅଟକା ଯାଇଥିଲା। ପ୍ରଥମେ ସ୍କୁଲ ସମ୍ମୁଖରେ ପିଲାଙ୍କୁ ଓହ୍ଲାଇ ସ୍କୁଲ ଯିବାକୁ ଦେଇଥିଲେ l ପରେ […]

n-654321

Tapas Behera
  • Published: Saturday, 15 February 2020
  • , Updated: 15 February 2020, 06:07 PM IST

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଆରଟିଓ ପକ୍ଷରୁ ସ୍କୁଲ ପିଲା ବୋଝେଇ ଟାଟା ମେଜିକ୍‌ ଗାଡ଼ିକୁ ବଡ଼ଧରଣର ଫାଇନ କରାଯାଇଛି। ଆଜି ସକାଳେ ଏକ ଟାଟା ମେଜିକ (OR-22E-4065) ଗାଡି ସ୍କୁଲ ପିଲାଙ୍କୁ ନେଇ ଇଚ୍ଛାପୁରସ୍ଥିତ ଏକ ଇଂଲିଶ ମିଡ଼ିୟମ ସ୍କୁଲକୁ ଯାଉଥିଲା l

ଏହି ସମୟରେ RTO କର୍ମଚାରୀ ଓ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ  ମିଳିତ ଚଢ଼ାଉ କରି ଗାଡ଼ିଟିକୁ ଅଟକା ଯାଇଥିଲା। ପ୍ରଥମେ ସ୍କୁଲ ସମ୍ମୁଖରେ ପିଲାଙ୍କୁ ଓହ୍ଲାଇ ସ୍କୁଲ ଯିବାକୁ ଦେଇଥିଲେ l

ପରେ ଗାଡିର ସମସ୍ତ କାଗଜ ପତ୍ର ଯାଞ୍ଚ କରି 17,500ଟଙ୍କା ଫାଇନ କରାଯାଇଥିଲା। ଯାଞ୍ଚ ସମୟରେ ଜଣାପଡିଥିଲା ଯେ, ଗାଡ଼ିର ଇନ୍ସୁରାନ୍ସ, ଭେଲିଡ଼ ପରମିଟ, ସ୍କୁଲ ପିଲାଙ୍କୁ ନେବାର ଉପଯୁକ୍ତ ନିରାପଦ ବ୍ୟବସ୍ଥା ନଥିଲା।  ଅନ୍ୟ କାଗଜପତ୍ର ମଧ୍ୟ ନଥିବା ଦେଖିବାକୁ ମିଳିଥିଲା l ଏ ନେଇ RTO ପକ୍ଷରୁ ଫାଇନ କାଟିବା ସହ ଉକ୍ତ ଗାଡ଼ିଟିକୁ ଗ୍ରାମାଞ୍ଚଳ ଥାନାକୁ ହସ୍ତାନ୍ତର କରାଯାଇଥିଲା l

Related story