‘ଏଣିକି ବାହାର ରାଜ୍ୟରୁ ଆସିଲେ କରିବାକୁ ପଡ଼ିବ RTPCR ଟେଷ୍ଟ, ନଚେତ...’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକମାନଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ।  । ଯେଉଁମାନେ ଟେଷ୍ଟ ନ କରିବେ ସେମାନଙ୍କୁ ୭ ଦିନ ଲାଗି କ୍ୱାରେଣ୍ଟିନରେ ରଖାଯିବ।  ରାଜ୍ୟରେ ଦୈନିକ ସଂକ୍ରମଣ  ୯ଶହ ମୁହାଁ  ହୋଇଥିବା ବେଳେ ଏହାକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି କଡ଼ାକଡ଼ି ଭାବେ କୋଭିଡ୍ ନିୟମାବଳୀକୁ  ଲାଗୁ କରାଯାଇଥିବା ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କହିଛନ୍ତି । ଏପରିକି […]

naba-das

Niharika Rout
  • Published: Thursday, 08 April 2021
  • , Updated: 08 April 2021, 02:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକମାନଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ।  । ଯେଉଁମାନେ ଟେଷ୍ଟ ନ କରିବେ ସେମାନଙ୍କୁ ୭ ଦିନ ଲାଗି କ୍ୱାରେଣ୍ଟିନରେ ରଖାଯିବ।  ରାଜ୍ୟରେ ଦୈନିକ ସଂକ୍ରମଣ  ୯ଶହ ମୁହାଁ  ହୋଇଥିବା ବେଳେ ଏହାକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି କଡ଼ାକଡ଼ି ଭାବେ କୋଭିଡ୍ ନିୟମାବଳୀକୁ  ଲାଗୁ କରାଯାଇଥିବା ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କହିଛନ୍ତି ।

ଏପରିକି ପଶ୍ଚିମବଙ୍ଗରୁ ଫେରୁଥିବା ଲୋକଙ୍କର ବି ଆରଟିପିସିଆର ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି । ଏହାଛଡ଼ା ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ଓ ସାନିଟାଇଜର ବ୍ୟବହାର କରିବା ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସବୁ ସ୍ଥାନରେ ଏହାକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ,ସଂକ୍ରମଣ ବଢୁଥିବାରୁ ସରକାରୀ ଓ ଘରୋଇ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।   ରାଜ୍ୟରେ ଦିନକୁ ଅଢ଼େଇ ଲକ୍ଷ ଟିକା ଦରକାର । ୧୦ ଦିନ ପାଇଁ ୨୫ ଲକ୍ଷ ଟିକା ଆବଶ୍ୟକ ଥିବାରୁ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି। ଏହାବ୍ୟତୀତ  ଆଜି  ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କର ପ୍ରଧାନମନ୍ତ୍ରୀଙ୍କ ସହ ସମୀକ୍ଷା ଥିବାରୁ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି ବୋଲି ସେ କହିଛନ୍ତି।

ଏନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, “ଯେଉଁ ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରି ନାହାନ୍ତି, ସେହି ସରକାର ଟିକାକରଣ ସଫଳ ହେଉ ବୋଲି ଚାହୁଁ ନାହାନ୍ତି। ଟିକା ନାହିଁ ବୋଲି ଯେଉଁମାନେ କହୁଛନ୍ତି, ସେମାନେ ହୀନ ରାଜନୀତି କରୁଛନ୍ତି। ଅଧୈର୍ଯ୍ୟ ନ ହୋଇ ଅପେକ୍ଷା କରନ୍ତୁ। ଦେଶରେ ପର୍ଯ୍ୟାପ୍ତ ଟିକା ଅଛି, ସମସ୍ତେ ଟିକା ପାଇବେ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି।’

Related story