ଭଦ୍ରକ(ପାର୍ଥ ସାରଥୀ ନାୟକ): ‘ମୁଁ ଜନସାଧାରଣଙ୍କ ଶତ୍ରୁ। ମୁଁ ଜଣେ ଦେଶଦ୍ରୋହୀ।’ ଏଭଳି ଲେଖାଥିବା ପ୍ଲାକାର୍ଡକୁ ପୁଲିସ୍ କିଛି ଯୁବକଙ୍କ ହାତରେ ଧରାଇ ରାସ୍ତାରେ ଛିଡ଼ା କରାଇ ଦେଇଥିଲା। ପରେ ସେମାନଙ୍କ ଫଟୋ ଉଠାଇ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରିଥିଲା। ଗତକାଲି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲା ସାବରଙ୍ଗରେ।
କରୋନାର ମୁକାବିଲା ପାଇଁ ସାରା ଦେଶରେ ଲକ୍ଡାଉନ୍ ଚାଲିଥିବା ବେଳେ ଗତକାଲି ଏଠାରେ କିଛି ଯୁବକ ବିନା କାରଣରେ ଘରୁ ବାହାରି ନିୟମର ଉଲ୍ଲଂଘନ କରିଥିଲେ। ଏଣୁ ଏହି ନିୟମ ଖିଲାପକାରୀଙ୍କ ବିରୋଧରେ ଏଭଳି ଅଭିନବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସାବରଙ୍ଗ ଫାଣ୍ଡି ପୁଲିସ୍। ଆଉ ସେହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
ସୂଚନାଯୋଗ୍ୟ, ପୂର୍ବରୁ ଏଭଳି ଦୃଶ୍ୟ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଜିଲ୍ଲାରେ ଦେଖିବାକୁ ମିଳିଥିଲା। ପୁଲିସ୍ କିଛି ଯୁବକଙ୍କୁ ପ୍ଲାକାଡ ଧରାଇ ରାସ୍ତାରେ ଠିଆ କରି ଦେଇଥିଲା।