କଟକ-ଭୁବନେଶ୍ୱର ମଦୁଆ ବୋହିନେଲେ ପେଟିପେଟି ମଦ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ଥିବା ବେଳେ ମଦୁଆ କିନ୍ତୁ ବେଫିକର। ସେମାନଙ୍କୁ କରୋନା ଚିନ୍ତା ଘାରିନି। ବରଂ ମଦ ଦୋକାନ ବନ୍ଦ ହୋଇଯିବ, ସେହି ଚିନ୍ତା ସେମାନଙ୍କୁ ଘାରିଛି। ସେଥିପାଇଁ ତ ସେମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇ ବୋହି ନେଉଛନ୍ତି ମଦ। କଟକ-ଭୁବନେଶ୍ୱର ମଦୁଆଙ୍କ ଏପରି ଅବସ୍ଥା ଦେଖି ଯେତିକି ହସ ମାଡ଼ୁଛି, ତାହାଠାରୁ […]

wine shopper

Manoranjan Sial
  • Published: Monday, 03 May 2021
  • , Updated: 03 May 2021, 10:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ଥିବା ବେଳେ ମଦୁଆ କିନ୍ତୁ ବେଫିକର। ସେମାନଙ୍କୁ କରୋନା ଚିନ୍ତା ଘାରିନି। ବରଂ ମଦ ଦୋକାନ ବନ୍ଦ ହୋଇଯିବ, ସେହି ଚିନ୍ତା ସେମାନଙ୍କୁ ଘାରିଛି। ସେଥିପାଇଁ ତ ସେମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇ ବୋହି ନେଉଛନ୍ତି ମଦ। କଟକ-ଭୁବନେଶ୍ୱର ମଦୁଆଙ୍କ ଏପରି ଅବସ୍ଥା ଦେଖି ଯେତିକି ହସ ମାଡ଼ୁଛି, ତାହାଠାରୁ ଅଧିକ ଦୁଃଖ! କାହାର କେଉଁ ଚିନ୍ତା, କିନ୍ତୁ ମଦୁଆଙ୍କର ମଦ ଚିନ୍ତା। ସେଥିପାଇଁ ତ କିଏ ବ୍ୟାଗରେ ମଦ ନେଇ ଯାଉଛି ତ ଆଉ କିଏ ପେଟି ପେଟି ମଦ ବାଇକ୍‌ରେ ଲଦି ନେଉଛି। ଏଥିରୁ ଗୋଟିଏ କଥା ଜଣାପଡ଼ୁଛି, କରୋନା କାଳରେ ମେଡିସିନ୍‌ ନୁହେଁ, ମଦ ଦରକାର ହୁଏ ବୋଧହୁଏ।

ଲକ୍‌ଡାଉନ୍‌ ପାଇଁ ମଦ ଦୋକାନ ବନ୍ଦ ହେବ। ସେଥିପାଇଁ କଟକ-ଭୁବନେଶ୍ୱରରେ ଅନେକ ଦୋକାନରେ ଲାଗିଛି ଅସମ୍ଭାର ଭିଡ଼।  ଏହି ଦୁଇ ସହରରେ ପ୍ରାୟତଃ ସବୁ ଦୋକାନରେ ଲାଗିଛି ଏମିତି ଭିଡ। ମଦୁଆମାନେ ଖୋଲମ୍‌ ଖୋଲା ମଦ ବୋହି ନେଉଛନ୍ତି। ଆଉ ଗାଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ କ୍ୟାମରା ସାମ୍ନାରେ ଛାଡ଼ି ଚଉଡା କରି ଉତ୍ତର ଦେଉଛନ୍ତି। ତା’ହାହେଲେ ଆସନ୍ତୁ ନଜର ପକାଇବା କିଛି ମଦୁଆଙ୍କ ମଖବାଣୀ...।

ଜଣେ ପେଶାଦାର ମଦ୍ୟପ କହିଛନ୍ତି-“ଲକ୍‌ଡାଉନ୍‌ ପାଇଁ ମଦ ଦୋକାନ ବନ୍ଦ ରହିବ। ଆଗକୁ ମଦ ମିଳିବ କି ନାହିଁ ଜଣାନାହିଁ। ସେଥିପାଇଁ ଆଗୁଆ ମଦ ନେଇ ଷ୍ଟକ୍‌ କରିଦେଉଛୁ। ସତ କହିବାକୁ ଗଲେ, ଆମେ ଡେଲି ପିଇବା ଲୋକ। କଣ କରିବୁ? ମଦ ଛାଡ଼ି ପାରୁନୁ। ମଦ ଛାଡ଼ିଦେଲେ ମରିଯିବୁ।”

ଆଉ ମଦ୍ୟପଙ୍କ କଥା ଶୁଣିଲେ ଆପଣ ହସିବେ। ସେ କହିଛନ୍ତି-“ମାସେ କଳା ମଦ ଦୋକାନ ବନ୍ଦ ରହିବ। ସେଥିପାଇଁ ୧୮ଟି ନିବ୍‌ କିଣି ନେଇଛି। ଆମେ ୪ରୁ ୫ ଜଣ ସାଙ୍ଗ ବସି ଟିକେ ଟିକେ ପିଇବୁ। ଘରେ ପିଇଲେ ପୁଲିସଠାରୁ ମାଡ଼ ଖାଇବାକୁ ପଡ଼ିବ ନାହିଁ।”

ରାଜଧାନୀର ଜଣେ ମଦ୍ୟ କିଣିବାକୁ ଆସିଥିବା ଗ୍ରାହକ କହୁଛନ୍ତି-“ଲକ୍‌ଡାଉନ୍‌ ପାଇଁ ମଦ କିଣୁନାହିଁ। ଆଜି ସଞ୍ଜ ବେଳେ ଟିକେ ପ୍ରୋଗ୍ରାମ୍‌ କରିଦେବୁ। କାଲିଠୁ ତ ମଦ ଦୋକାନ ବନ୍ଦ ରହିଲେ ରହିବ। ମିଳିବ କି ନାହିଁ ଦେଖିବା।”

ରାଜ୍ୟରେ ବଢ଼ୁଥିବା କରୋନା ଆକ୍ରାନ୍ତକୁ ଦେଖି ରାଜ୍ୟ ସରକାର ୧୪ ଦିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଛାଡ଼ି ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିବ। ଏହାର ଅର୍ଥ ଆସନ୍ତା ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ମଦ ଦୋକାନ ବନ୍ଦ ରହିବ। ଏପରି ସ୍ଥିତିରେ ପେଶାଦାର ମଦୁଆ କେମିତି ବଞ୍ଚିବେ? ସେଥିପାଇଁ ଲକ୍‌ଡାଉନ୍‌ ପୂର୍ବରୁ ବୋହିନେଲେ ମଦ।

Related story