ସାବିତ୍ରୀ ବଜାର: ଦାମ୍‌ ଶୁଣିଲେ କାନ ମୁଣ୍ଡା ଝାଇଁ ମାରୁଛି

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାତି ପାହିଲେ ସାବିତ୍ରୀ ବ୍ରତ । ଏଥିପାଇଁ ବଜାରରେ ଭଳିକି ଭଳି ଫଳର ସମ୍ଭାର ସିନା ଲାଗିଛି, ହେଲେ ଦାମ୍ ଶୁଣିଲେ ଗ୍ରାହକଙ୍କ କାନ ମୁଣ୍ଡା ଝାଇଁ ମାରିଯାଉଛି । ଗଲା ବର୍ଷ ଅପେକ୍ଷା ଏଥର ସବୁ ଫଳର ଦର ୪୦ରୁ ୫୦ଟଙ୍କା ବଢିଛି । ରେଟ୍ ଉଚ୍ଚା ଥିଲେ ବି ପୂଜା ପାଇଁ କିଣିବାକୁ ବାଧ୍ୟ ହେଉଛନ୍ତି ଲୋକେ। ଭଳିକି ଭଳି ଫଳର ପସରା ଖୋଲି ଗ୍ରାହକଙ୍କୁ ଅନେଇ ଦୋକାନୀ ବସିଥିଲେ ବି […]

fala

Rakesh Mallick
  • Published: Monday, 14 May 2018
  • , Updated: 14 May 2018, 10:02 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାତି ପାହିଲେ ସାବିତ୍ରୀ ବ୍ରତ । ଏଥିପାଇଁ ବଜାରରେ ଭଳିକି ଭଳି ଫଳର ସମ୍ଭାର ସିନା ଲାଗିଛି, ହେଲେ ଦାମ୍ ଶୁଣିଲେ ଗ୍ରାହକଙ୍କ କାନ ମୁଣ୍ଡା ଝାଇଁ ମାରିଯାଉଛି । ଗଲା ବର୍ଷ ଅପେକ୍ଷା ଏଥର ସବୁ ଫଳର ଦର ୪୦ରୁ ୫୦ଟଙ୍କା ବଢିଛି । ରେଟ୍ ଉଚ୍ଚା ଥିଲେ ବି ପୂଜା ପାଇଁ କିଣିବାକୁ ବାଧ୍ୟ ହେଉଛନ୍ତି ଲୋକେ।

ଭଳିକି ଭଳି ଫଳର ପସରା ଖୋଲି ଗ୍ରାହକଙ୍କୁ ଅନେଇ ଦୋକାନୀ ବସିଥିଲେ ବି ଗ୍ରାହକଙ୍କ ହାତ ଯାଉନି କିଣିବାକୁ। କାରଣ ଫଳ ବଜାରରେ ସତେ ଯେମିତି ନିଆଁ ଲାଗିଛି।  ରେଟ୍ ଶୁଣି ମୁଣ୍ଡ କାନ ଝାଇଁ ମାରିଯାଉଛି। କଦଳୀ କେଜି ୫୦ଟଙ୍କା, ସପୁରୀ ଗୋଟାକୁ ୩୦ରୁ ୩୫ ଓ ଆମ୍ବ କିଲୋ ୮୦ରୁ ୯୦ଟଙ୍କାରେ ବିକ୍ରି ହେଉଛି। ସେହିପରି ସେଓ କିଲୋ ୧୮୦ରୁ ୨୦୦ଟଙ୍କା, ଲିଚୁ, ଅଙ୍ଗୁର ଦର ତ କିଲୋ ପିଛା ୧୫୦ଟଙ୍କାରୁ କମ୍ ନାହିଁ । ସବୁଠୁ ଦାମୀ ଫଳ ରହିଛି ଜାମୁରୋଳ। ଯାହାର କିଲୋ ୨୦୦ ଟଙ୍କାରେ ବିକ୍ରି ହେଉଛି। କଟକ,ବ୍ରହ୍ମପୁର, ବଲାଙ୍ଗୀର ଓ ରାୟଗଡା ସବୁଠି ସମାନ ଦର । ପୂଜା ପାଇଁ ଦରକାର ହେଉଥିବାରୁ ଯେମିତି ହେଲେ କିଣିବାକୁ ବାଧ୍ୟ ହେଉଛନ୍ତି ଗ୍ରାହକ।

କ’ଣ କହୁଛନ୍ତି ଗ୍ରାହକ

‘ସାବିତ୍ରୀ ପାଇଁ ଏମିତି ରେଟ୍‌ ହୋଇଛି। ରେଟ୍‌କୁ ଦେଖି ପର୍ବପର୍ବଣୀ ତ ବନ୍ଦ କରି ହେବନି ନା।’

 

 

 

 

 

 

 

ମିନାକୁମରୀ ପଣ୍ଡା, ଭୁବନେଶ୍ୱର

Related story