ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ନବଜାତ କେୟାର କର୍ନର,ଏସ୍ଏନସିୟୁ

ଭୁବନେଶ୍ୱର: ଶିଶୁମୃତ୍ୟୁ ଘଟଣାକୁ ନେଇ ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ପ୍ରମୁଖ ୩ଟି ସରକାରୀ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଆରତୀ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ଘଟୁଥିବା ଶିଶୁମୃତ୍ୟୁର କାରଣ ଓ ନିରାକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ରାଜ୍ୟର […]

vlcsnap-2015-09-02-07h41m38s524

Rakesh Mallick
  • Published: Wednesday, 02 September 2015
  • , Updated: 02 September 2015, 02:51 AM IST

ଭୁବନେଶ୍ୱର: ଶିଶୁମୃତ୍ୟୁ ଘଟଣାକୁ ନେଇ ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ପ୍ରମୁଖ ୩ଟି ସରକାରୀ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଆରତୀ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ଘଟୁଥିବା ଶିଶୁମୃତ୍ୟୁର କାରଣ ଓ ନିରାକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ରାଜ୍ୟର ସବୁ ଜିଲ୍ଲାରେ ନବଜାତ କେୟାର କର୍ନର, ଷ୍ଟାବିଲାଇଜେସନ୍ ୟୁନିଟ୍ ଏବଂ ଏସ୍ଏନସିୟୁ ପ୍ରତିଷ୍ଠା କରାଯିବ। ସେପଟେ ଶିଶୁ ମୃତ୍ୟୁ ଘଟଣା ପରେ କଟକ ଶିଶୁ ଭବନରେ ଅଧିକ ଡାକ୍ତର ଓ  ପାରାମେଡିକ ମାନଙ୍କୁ ମୁତୟନ କରାଯାଇଛି। ସେଠାରେ ଚିକିତ୍ସା ବ୍ୟବସ୍ଥାର ତଦାରଖ କରାଯାଉଛି। ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ଓ ମାନବ ସମ୍ଭଳ ବ୍ୟବସ୍ଥା ସୁଦୃଢ କରିବା ଦିଗରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିବା ବିଭାଗୀୟ ସଚିବ କହିଛନ୍ତି।

Related story