ହକି ଫାଇନାଲ ପାଇଁ ରବିବାର କଳିଙ୍ଗ ଷ୍ଟାଡିୟମ ଆସିବେ ତେନ୍ଦୁଲକର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ହକିକୁ ସମର୍ଥନ ଜଣାଇବାକୁ ଆସିବେ ଓଡ଼ିଶା। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେଉଥିବା ପୁରୁଷ ହକି ବିଶ୍ୱକପ୍‌ର ଅନ୍ତିମ ଦିବସ ବା ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେବାପାଇଁ ସେ ଭୁବନେଶ୍ୱର ଆସିବେ ବୋଲି ଜଣାଇଛନ୍ତି। Heartwarming to see the entire nation supporting the Men's #HockeyWorldCup2018. Congrats @Naveen_Odisha @TheHockeyIndia for the world class arrangements. To extend […]

sachin

Subrat Kumar Nayak
  • Published: Saturday, 15 December 2018
  • , Updated: 15 December 2018, 05:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ହକିକୁ ସମର୍ଥନ ଜଣାଇବାକୁ ଆସିବେ ଓଡ଼ିଶା। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେଉଥିବା ପୁରୁଷ ହକି ବିଶ୍ୱକପ୍‌ର ଅନ୍ତିମ ଦିବସ ବା ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେବାପାଇଁ ସେ ଭୁବନେଶ୍ୱର ଆସିବେ ବୋଲି ଜଣାଇଛନ୍ତି।
https://twitter.com/sachin_rt/status/1073891033954574336

ସେ ଏଥିରେ ଲେଖିଛନ୍ତି, ସମଗ୍ର ଦେଶ ହକି ବିଶ୍ୱକପ୍‌କୁ ସମର୍ଥନ ଜଣାଉଥିବାର ଦେଖି ମୋତେ ଆନନ୍ଦିତ ଅନୁଭବ ହେଉଛି। ଏପରି ବିଶ୍ୱସ୍ତରୀୟ ଆୟୋଜନ ପାଇଁ ସେ ଉଭୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ହକି ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି।

ସେ ଏହି ହକି ମହାକୁମ୍ଭକୁ ନିଜର ସମର୍ଥନ ଜଣାଇବା ପାଇଁ ସେ ଓଡ଼ିଶା ଆସୁଥିବା ଜଣାଇଛନ୍ତି। ସେ କହିଛନ୍ତି, “ମୁଁ ଆସନ୍ତାକାଲି ଭବ୍ୟ କଳିଙ୍ଗ ଷ୍ଟାଡିୟ ମ୍‌କୁ ଆସିବି, ସେଇଠି ଦେଖାହେବ।”

କିନ୍ତୁ ଦୁଃଖର କଥା ହେଉଛି, ଏହି ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ୍‌ରେ ଭାରତ ବିଦାୟ ନେଇସାରିଥିବାରୁ ଉଦ୍‌ଘାଟନୀ ଉତ୍ସବ ଭଳି ମାହୋଲ ଏତେ ଉତ୍ସାହଜନକ ନଥିବ।

Related story