୧୦ ବର୍ଷର ପୁଅକୁ ଅନାଥ କରି ଚାଲିଗଲେ ସଦାନନ୍ଦ ଓ ଋତୁପର୍ଣ୍ଣା

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ଖଣ୍ଡପଡ଼ା ମଙ୍ଗଳାସାହିରେ ନିଆଁରେ ପୋଡ଼ି ହୋଇଥିବା ଦମ୍ପତିଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସଦାନନ୍ଦ ପ୍ରଧାନ ଓ ଋତୁପର୍ଣ୍ଣା ରଥ। ଗତକାଲି ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହା ପରେ ସଦାନନ୍ଦ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଋତୁପର୍ଣ୍ଣା ତାଙ୍କୁ ବଞ୍ଚାଇବାକୁ ଯାଇ ନିଜେ ବି ନିଆଁରେ ପୋଡ଼ି ହୋଇଥିଲେ। ସଦାନନ୍ଦଙ୍କର ଶରୀରର ୯୦ ପ୍ରତିଶତ ଜଳି ଯାଇଥିବା […]

couple

couple

Jitendra Garnayak
  • Published: Thursday, 29 November 2018
  • Updated: 29 November 2018, 12:38 PM IST

Sports

Latest News

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ଖଣ୍ଡପଡ଼ା ମଙ୍ଗଳାସାହିରେ ନିଆଁରେ ପୋଡ଼ି ହୋଇଥିବା ଦମ୍ପତିଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସଦାନନ୍ଦ ପ୍ରଧାନ ଓ ଋତୁପର୍ଣ୍ଣା ରଥ।

ଗତକାଲି ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହା ପରେ ସଦାନନ୍ଦ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଋତୁପର୍ଣ୍ଣା ତାଙ୍କୁ ବଞ୍ଚାଇବାକୁ ଯାଇ ନିଜେ ବି ନିଆଁରେ ପୋଡ଼ି ହୋଇଥିଲେ। ସଦାନନ୍ଦଙ୍କର ଶରୀରର ୯୦ ପ୍ରତିଶତ ଜଳି ଯାଇଥିବା ବେଳେ ଋତୁପର୍ଣ୍ଣାଙ୍କ ଶରୀର ୭୦ ପ୍ରତିଶତ ଜଳି ଯାଇଥିଲା।

ପଡ଼ିଶା ଲୋକେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠା ଯାଇଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ମୃତ୍ୟୁ ଘଟିଛି।

ସଦାନନ୍ଦ ଓ ଋତୁପର୍ଣ୍ଣା ପ୍ରେମ ବିବାହ କରିଥିଲେ। ସେମାନଙ୍କର ୧୦ ବର୍ଷର ଗୋଟିଏ ପୁଅ ଅଛି। ତେବେ କେଉଁ କାରଣ ପାଇଁ ସେମାନଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା, ତାହା ଜଣାପଡ଼ିନି।

ଆହୁରି ପଢ଼ନ୍ତୁ: ୧୦ ବର୍ଷ ତଳେ ପ୍ରେମ ବିବାହ କରିଥିଲେ, ଆଜି ସ୍ୱାମୀ ନିଜ ଦେହରେ ନିଆଁ ଲଗେଇ ଦେଲେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos