ସର୍ଦ୍ଦାର ରାଜା ପିଲା ସରକାରୀ କଲେଜରେ ପଢିବା ନିର୍ଦ୍ଦେଶକୁ ବୁର୍ଲା ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ବିରୋଧ, କ୍ଲାସ ବର୍ଜନ କରି ଧାରଣା ଦେଲେ

ସମ୍ବଲପୁର: ସର୍ଦ୍ଦାର ରାଜା ମେଡିକାଲ୍ କଲେଜ ନାଁ ଲେଖା ପ୍ରସଙ୍ଗକୁ ନେଇ ବିବାଦ ଲାଗି ରହିଛି।  ସରକାରୀ ମେଡିକାଲ କଲେଜରେ ସରକାରୀ କୋଟାରେ ନାଁ ଲେଖାଇଥିବା ପିଲାଙ୍କୁ ଆଡମିଶନ୍ ଦେବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ବୁର୍ଲା ମେଡିକାଲ କଲେଜର ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଛନ୍ତି। କଲେଜରେ ସେମାନଙ୍କ ଲାଗି ଆବଶ୍ୟକ ଭିତ୍ତିଭୂମିର ଅଭାବ ଥିବା ବେଳେ ଅଧିକ ପିଲାଙ୍କୁ କିପରି ଆଡମିଶନ କରାଯିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏନେଇ ଛାତ୍ରଛାତ୍ରୀ ଆଜି କ୍ଲାସ୍ […]

burla madical

Rakesh Mallick
  • Published: Monday, 23 November 2015
  • , Updated: 23 November 2015, 09:28 AM IST

ସମ୍ବଲପୁର: ସର୍ଦ୍ଦାର ରାଜା ମେଡିକାଲ୍ କଲେଜ ନାଁ ଲେଖା ପ୍ରସଙ୍ଗକୁ ନେଇ ବିବାଦ ଲାଗି ରହିଛି।  ସରକାରୀ ମେଡିକାଲ କଲେଜରେ ସରକାରୀ କୋଟାରେ ନାଁ ଲେଖାଇଥିବା ପିଲାଙ୍କୁ ଆଡମିଶନ୍ ଦେବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ବୁର୍ଲା ମେଡିକାଲ କଲେଜର ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଛନ୍ତି। କଲେଜରେ ସେମାନଙ୍କ ଲାଗି ଆବଶ୍ୟକ ଭିତ୍ତିଭୂମିର ଅଭାବ ଥିବା ବେଳେ ଅଧିକ ପିଲାଙ୍କୁ କିପରି ଆଡମିଶନ କରାଯିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏନେଇ ଛାତ୍ରଛାତ୍ରୀ ଆଜି କ୍ଲାସ୍ ବର୍ଜନ କରିବା ସହ କଲେଜ ଆଗରେ ଧାରଣା ଦେଇଛନ୍ତି। ପୂର୍ବରୁ ଗତ ଶନିବାର ଦିନ ସେମାନେ ନୀରବ  ପ୍ରତିବାଦ କରିଥିଲେ। ଗତ ୧୮ ତାରିଖରେ ହାଇକୋର୍ଟ ଏହି ମାମଲାରେ ରାୟ ଦେଇଥିଲେ। ସରକାରୀ କୋଟାରେ ନାଁ ଲେଖାଇଥିବା ପିଲାଙ୍କୁ ସରକାରୀ ଓ ମ୍ୟାନେଜମେଣ୍ଟ୍ କୋଟାରେ ଆଡମିସନ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଘରୋଇ ମେଡିକାଲ୍ କଲେଜରେ ପଢ଼ାଇବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ଭିତ୍ତିଭୂମି ଅଭାବରୁ ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜକୁ ୨୦୧୫-୧୬ ବର୍ଷ ପାଇଁ ଏମସିଆଇ ସ୍ୱୀକୃତି ଦେବାକୁ ମନା କରିଥିଲା।

Related story