ଗାଁରୁ ମଦ ବନ୍ଦ, ଆକ୍ରମଣକାରୀଙ୍କ ଗିରଫ ଦାବି କଲେ ମହିଳା

ଧର୍ମଗଡ଼(ଇଙ୍ଗିତ ପଣ୍ଡା): “ଗାଁରେ ଚାଲିଛି ମଦ ଓ ମାଂସର ଆସର। ଏହାକୁ ବନ୍ଦ କରାଯାଉ। ଆକ୍ରମଣକାରୀଙ୍କୁ ଗିରଫ କରାଯାଉ।” ଧର୍ଗଗଡ ଡିଏସ୍‌ପିଙ୍କ ପାଖରେ ମହିଳାମାନେ ଆଜି ଏହି ଦାବି କରିଛନ୍ତି। ମାମଲାର ଗୁରୁତ୍ୱ ଦେଖି ୩ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଏସ୍‌ପି। ଅଭିଯୋଗରୁ ପ୍ରକାଶ, କଳାହାଣ୍ଡି ଜିଲ୍ଲା ବଗାଡ ଗାଁ ସ୍କୁଲ ନିକଟରେ ଜଣେ ବ୍ୟକ୍ତି ଏକ ଝୁମ୍ପୁଡି ହୋଟେଲ ତିଆରି କରି ସେଠାରେ ବେଆଇନ୍‌ ଭାବେ ମଦବିକ୍ରି […]

dharmagardh

Manoranjan Sial
  • Published: Saturday, 21 November 2020
  • , Updated: 21 November 2020, 10:26 PM IST

ଧର୍ମଗଡ଼(ଇଙ୍ଗିତ ପଣ୍ଡା): “ଗାଁରେ ଚାଲିଛି ମଦ ଓ ମାଂସର ଆସର। ଏହାକୁ ବନ୍ଦ କରାଯାଉ। ଆକ୍ରମଣକାରୀଙ୍କୁ ଗିରଫ କରାଯାଉ।” ଧର୍ଗଗଡ ଡିଏସ୍‌ପିଙ୍କ ପାଖରେ ମହିଳାମାନେ ଆଜି ଏହି ଦାବି କରିଛନ୍ତି। ମାମଲାର ଗୁରୁତ୍ୱ ଦେଖି ୩ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଏସ୍‌ପି।

ଅଭିଯୋଗରୁ ପ୍ରକାଶ, କଳାହାଣ୍ଡି ଜିଲ୍ଲା ବଗାଡ ଗାଁ ସ୍କୁଲ ନିକଟରେ ଜଣେ ବ୍ୟକ୍ତି ଏକ ଝୁମ୍ପୁଡି ହୋଟେଲ ତିଆରି କରି ସେଠାରେ ବେଆଇନ୍‌ ଭାବେ ମଦବିକ୍ରି କରୁଥିଲେ। ଯାହାକୁ ମା’ ପାର୍ବତୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିରୋଧ କରି ଆସୁଥିଲେ। ତେବେ ଗତ ୧୭ ତାରିଖରେ ମଦ ଦୋକାନରୁ ଦୁଇ ବ୍ୟକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ତନୁଜା ନିଆଲଙ୍କୁ ଆକ୍ରାମଣ କରିଥିଲେ। ଏନେଇ ଧର୍ମଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଥିଲା।

ଏହାର ପ୍ରତିବାଦରେ ମହିଳାମାନେ ଆଜି ଧର୍ମଗଡ଼ ଡିଏସ୍‌ପି ନାରାୟଣ ନାୟକଙ୍କୁ ଭେଟିଛନ୍ତି। ମଦ ବେପାର ବନ୍ଦ ଓ ମାଡ଼ ମାରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟୁନଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ମହିଳାଙ୍କ ଅଭିଯୋଗକୁ ଡିଏସ୍‌ପି ଗୁରୁତର ସହ ନେଇଛନ୍ତି। ଘଟଣାର ତଦନ୍ତ କରି ୩ ଦିନ ଭିତରେ ରିପୋର୍ଟ ଦେବାକୁ ଧର୍ମଗଡ଼ ଥାନା ଅଧିକାରୀଙ୍କୁ ଡିଏସ୍‌ପି ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Related story