ଜାନୁଆରୀରେ ହେବ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଜାନୁଆରୀ ୫ ତାରିଖରେ ହେବ। ରାଜ୍ୟର ୭ଟି ସହର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ଢେଙ୍କାନାଳ, କୋରାପୁଟ, ରାଉରକେଲା ଓ ସମ୍ବଲପୁରରେ ଏହି ପରୀକ୍ଷା ହେବ। ଏଥିପାଇଁ ସେପ୍ଟେମ୍ବର ୨୩ ରହିଛି ଆବେଦନର ଶେଷ ତାରିଖ। ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖାଇବାକୁ ଇଚ୍ଛୁକ ଯୋଗ୍ୟ ଛାତ୍ରାଛାତ୍ରୀମାନେ ଆବେଦନ କରିପାରିବେ। ଓଡ଼ିଶାର ଯେଉଁ ଅବିଭାବକମାନଙ୍କ ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ […]

sainik-school

Manoranjan Sial
  • Published: Wednesday, 04 September 2019
  • , Updated: 04 September 2019, 09:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଜାନୁଆରୀ ୫ ତାରିଖରେ ହେବ। ରାଜ୍ୟର ୭ଟି ସହର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ଢେଙ୍କାନାଳ, କୋରାପୁଟ, ରାଉରକେଲା ଓ ସମ୍ବଲପୁରରେ ଏହି ପରୀକ୍ଷା ହେବ। ଏଥିପାଇଁ ସେପ୍ଟେମ୍ବର ୨୩ ରହିଛି ଆବେଦନର ଶେଷ ତାରିଖ।

ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖାଇବାକୁ ଇଚ୍ଛୁକ ଯୋଗ୍ୟ ଛାତ୍ରାଛାତ୍ରୀମାନେ ଆବେଦନ କରିପାରିବେ। ଓଡ଼ିଶାର ଯେଉଁ ଅବିଭାବକମାନଙ୍କ ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ, ସେମାନେ ରାଜ୍ୟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବାର୍ଷିକ ୯୫ ହଜାର ଟଙ୍କା ଆର୍ଥିକ ସହାୟତା ପାଇପାରିବେ। ସେପଟେ ଆସନ୍ତା ଶିକ୍ଷାବର୍ଷ ଠାରୁ ସମ୍ବଲପୁରରେ ୧୦୦ ସିଟ୍‌ ବିଶିଷ୍ଟ ସୈନିକ ସ୍କୁଲର ନାମଲେଖା ଓ ପାଠପଢା ଆରମ୍ଭ ହେବ ବୋଲି ଭୁବନେଶ୍ୱର ସୈନିକ ସ୍କୁଲର ଅଧ୍ୟକ୍ଷ କହିଛନ୍ତି।

Related story