ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁକୁ ଏନକାଉଣ୍ଟର

କଟକ(ଓଡ଼ିଶା ରିପୋର୍ଟର): ଅପରାଧିଙ୍କ ବିରୋଧରେ ଆକ୍ସନ ମୁଡ଼କୁ ଆସିଲା କଟକ ପୁଲିସ୍‌। କମିଶନରେଟ୍  ପୁଲିସର ଏନକାଉଣ୍ଟରରେ କଟକର ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଆହତ ହୋଇଛି । ତା’ ବାମ ଗୋଡ଼ରେ ଗୁଳି ବାଜିବାରୁ ତାକୁ କଟକ ଏସ୍‌ସିବି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ବାବୁ ନାଁରେ କଟକର ବିଭିନ୍ନ ଥାନାରେ ୨୧ରୁ ଅଧିକ ମାମଲା ରହିଛି ବୋଲି ପୁଲିସ୍‌ କହିଛି । ଗତକାଲି ସଂଧ୍ୟାରେ ବାରଙ୍ଗ ପାଖରେ କମିଶନରେଟ୍ ପୁଲିସ୍‌ର ସ୍ପେଶାଲ ସ୍କ୍ୱାର୍ଡ ଏବଂ […]

encounter

Niharika Rout
  • Published: Friday, 30 April 2021
  • , Updated: 30 April 2021, 09:21 AM IST

କଟକ(ଓଡ଼ିଶା ରିପୋର୍ଟର): ଅପରାଧିଙ୍କ ବିରୋଧରେ ଆକ୍ସନ ମୁଡ଼କୁ ଆସିଲା କଟକ ପୁଲିସ୍‌। କମିଶନରେଟ୍  ପୁଲିସର ଏନକାଉଣ୍ଟରରେ କଟକର ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଆହତ ହୋଇଛି । ତା’ ବାମ ଗୋଡ଼ରେ ଗୁଳି ବାଜିବାରୁ ତାକୁ କଟକ ଏସ୍‌ସିବି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ବାବୁ ନାଁରେ କଟକର ବିଭିନ୍ନ ଥାନାରେ ୨୧ରୁ ଅଧିକ ମାମଲା ରହିଛି ବୋଲି ପୁଲିସ୍‌ କହିଛି ।

ଗତକାଲି ସଂଧ୍ୟାରେ ବାରଙ୍ଗ ପାଖରେ କମିଶନରେଟ୍ ପୁଲିସ୍‌ର ସ୍ପେଶାଲ ସ୍କ୍ୱାର୍ଡ ଏବଂ ଦରଘାବଜାର ପୁଲିସ୍‌ ସହ ବାବୁର ମୁହାଁମୁହିଁ ହୋଇଥିଲା।  ପୁଲିସ୍‌ ତାକୁ ଧରିବାକୁ ଚେଷ୍ଟା କରିବାରୁ ବାବୁ ପ୍ରଥମେ ଗୁଳି ଚଳାଇଥିଲା । ପୁଲିସ୍‌ ପାଲଟା ଗୁଳି କରିବାରୁ ବାବୁର ବାଁ ଗୋଡ଼ରେ ବାଜିଥିଲା । ତେବେ ଏନକାଉଣ୍ଟରରେ ଦରଘାବଜାର ଥାନା IIC ଓ ସ୍ପେଶାଲ ସ୍କ୍ୱାର୍ଡର ଜଣେ ହାବିଲଦାର ଆହତ ହୋଇଛନ୍ତି । ବାବୁ ପାଖରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି ଓ ଗୋଟିଏ ବାଇକ୍ ଜବତ କରାଯାଇଛି।

Related story