ଶକ୍ତି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ସମୀକ୍ଷା ବୈଠକ ସୋମବାର ହୋଇଯାଇଛି । ରାଜ୍ୟରେ ବିଦ୍ୟୁତ ସରାବରାହ କ୍ଷତି ୫୭ ପ୍ରତିଶତରୁ ୩୮ ପ୍ରତିଶତକୁ ହ୍ରାସ ପାଇଛି। ୨୦୧୯ ସୁଦ୍ଧା ଏହାକୁ ୨୬ ପ୍ରତିଶତକୁ କମାଇବାକୁ ଲକ୍ଷ୍ୟ ରଖାଯାଇଛି । ଶକ୍ତି ବିଭାଗର ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ । ସେହିପରି ବର୍ଷକ ଭିତରେ ୫ଲକ୍ଷ ୩୦ହଜାର ନୂଆ ବିଦ୍ୟୁତ କନେକ୍ସନ ଦିଆଯାଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି […]

naveen

Rakesh Mallick
  • Published: Monday, 08 June 2015
  • , Updated: 08 June 2015, 09:29 AM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ସମୀକ୍ଷା ବୈଠକ ସୋମବାର ହୋଇଯାଇଛି । ରାଜ୍ୟରେ ବିଦ୍ୟୁତ ସରାବରାହ କ୍ଷତି ୫୭ ପ୍ରତିଶତରୁ ୩୮ ପ୍ରତିଶତକୁ ହ୍ରାସ ପାଇଛି। ୨୦୧୯ ସୁଦ୍ଧା ଏହାକୁ ୨୬ ପ୍ରତିଶତକୁ କମାଇବାକୁ ଲକ୍ଷ୍ୟ ରଖାଯାଇଛି । ଶକ୍ତି ବିଭାଗର ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ । ସେହିପରି ବର୍ଷକ ଭିତରେ ୫ଲକ୍ଷ ୩୦ହଜାର ନୂଆ ବିଦ୍ୟୁତ କନେକ୍ସନ ଦିଆଯାଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି । ୨୦୧୯ ସୁଦ୍ଧା ରାଜ୍ୟର ୯୭ ଲକ୍ଷ ପରିବାରକୁ ବିଦ୍ୟୁତ ଯୋଗାଣ ଲକ୍ଷ୍ୟ ରଖଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।  ସେହିପରି ରାଜ୍ୟରେ ମୋଟ ୯୨ ପ୍ରତିଶତ ଗାଁ ଓ ୬୬ ପ୍ରତିଶତ ପଡ଼ା ଗ୍ରାମକୁ ବିଦ୍ୟୁତ ଲାଇନ ଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Related story