ସାଲାଇନ୍ ନେଇ ରୋଗୀ ଅସୁସ୍ଥ ଘଟଣା: ନିର୍ଦ୍ଦିଷ୍ଟ ବ୍ରାଣ୍ଡର ସାଲାଇନ ନଦେବାକୁ ନିର୍ଦ୍ଦେଶ

ସାଲେପୁର: କଟକ ସାଲେପୁର ସରକାରୀ ଡାକ୍ତରଖାନାରେ ସାଲାଇନ୍ ନେଇ ରୋଗୀ ଅସୁସ୍ଥ ହେବା ପରେ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ସାଲାଇନ ରୋଗୀଙ୍କୁ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ଔଷଧ ନିରୀକ୍ଷକଙ୍କ ତଦନ୍ତ ପରେ ଏହି ନିଷ୍ପତ୍ତି ହୋଇଛି। ସେପଟେ ଏହି ଘଟଣାକୁ ନେଇ ଅସୁସ୍ଥ ହୋଇଥିବା ଜଣେ ରୋଗୀ ଅଞ୍ଜୁମ୍ ଆହାରା ବିବିଙ୍କ ସ୍ୱାମୀ ନାସିରୁଦ୍ଦିନ୍ ଖାଁ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ସାଲେପୁର ପୋଲିସ କଟକ ଗ୍ରାମାଞ୍ଚଳ ଏସପିଙ୍କୁ […]

salepur

Rakesh Mallick
  • Published: Tuesday, 14 July 2015
  • , Updated: 14 July 2015, 02:52 AM IST

ସାଲେପୁର: କଟକ ସାଲେପୁର ସରକାରୀ ଡାକ୍ତରଖାନାରେ ସାଲାଇନ୍ ନେଇ ରୋଗୀ ଅସୁସ୍ଥ ହେବା ପରେ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ସାଲାଇନ ରୋଗୀଙ୍କୁ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ଔଷଧ ନିରୀକ୍ଷକଙ୍କ ତଦନ୍ତ ପରେ ଏହି ନିଷ୍ପତ୍ତି ହୋଇଛି। ସେପଟେ ଏହି ଘଟଣାକୁ ନେଇ ଅସୁସ୍ଥ ହୋଇଥିବା ଜଣେ ରୋଗୀ ଅଞ୍ଜୁମ୍ ଆହାରା ବିବିଙ୍କ ସ୍ୱାମୀ ନାସିରୁଦ୍ଦିନ୍ ଖାଁ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ସାଲେପୁର ପୋଲିସ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଛି। ସେହିପରି ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି। ଏପଟେ ଘଟଣାର ବିଭାଗୀୟ ତଦନ୍ତ ଚାଲିଛି ଓ ସାଲାଇନ୍ ସାମ୍ପଲରେ କୌଣସି ତୃଟି ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Related story