ପ୍ରତାପଙ୍କୁ ଅଣ୍ଡା ଭୟ: ଗାଡ଼ିର ଗତିପଥ ବଦଳାଇଲା ପୋଲିସ୍‌

ଭୁବନେଶ୍ୱର: ଅଣ୍ଡା ମାଡ ଭୟରେ ଗତିପଥ ବଦଳାଇଲେ ଆଇନମନ୍ତ୍ରୀ ପ୍ରତାପ ଜେନା। ସାଲେପୁର ଜେଏମ୍‌ଏଫସି କୋର୍ଟର ୩୪ତମ ପ୍ରତିଷ୍ଠା ଦିବସ ଅବସରରେ ମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ତେବେ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ପ୍ରକାଶ ବେହେରାଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ସାଲେପୁର କଂଗ୍ରେସ ଏହି ଘଟଣାକୁ ତୀବ୍ର ବିରୋଧ କରିବା ସହ ଅଣ୍ଡାମାଡ କରିବାକୁ ଯୋଜନା କରିଥିଲା। ଏପରିକି କଂଗ୍ରେସ କର୍ମୀମାନେ ଆକ୍ରମଣ ପାଇଁ ହାତରେ ଅଣ୍ଡା ଧରି ପ୍ରସ୍ତୁତ […]

salapur-egg-horling

Rakesh Mallick
  • Published: Saturday, 22 July 2017
  • , Updated: 22 July 2017, 07:11 PM IST

ଭୁବନେଶ୍ୱର: ଅଣ୍ଡା ମାଡ ଭୟରେ ଗତିପଥ ବଦଳାଇଲେ ଆଇନମନ୍ତ୍ରୀ ପ୍ରତାପ ଜେନା। ସାଲେପୁର ଜେଏମ୍‌ଏଫସି କୋର୍ଟର ୩୪ତମ ପ୍ରତିଷ୍ଠା ଦିବସ ଅବସରରେ ମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ତେବେ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ପ୍ରକାଶ ବେହେରାଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ସାଲେପୁର କଂଗ୍ରେସ ଏହି ଘଟଣାକୁ ତୀବ୍ର ବିରୋଧ କରିବା ସହ ଅଣ୍ଡାମାଡ କରିବାକୁ ଯୋଜନା କରିଥିଲା। ଏପରିକି କଂଗ୍ରେସ କର୍ମୀମାନେ ଆକ୍ରମଣ ପାଇଁ ହାତରେ ଅଣ୍ଡା ଧରି ପ୍ରସ୍ତୁତ ହୋଇଥିଲେ। ତେବେ ପୋଲିସ ମନ୍ତ୍ରୀଙ୍କ ଗତିପଥକୁ ବଦଳାଇ ଦେଇଥିବାବେଳେ କଟକ-ଚାନ୍ଦବାଲି ରାସ୍ତାରେ ନଯାଇ କିଶନନଗର ପଟେ ଯାଇ ସଭାସ୍ଥଳରେ ପହଞ୍ଚିଥିଲେ।

Related story