ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିଚାର ଆରମ୍ଭ

କଟକ (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ଆରମ୍ଭ ହୋଇଛି। ବିଚାରର ପ୍ରଥମ ଦିନରେ ଆଜି ଦୁଇ ଜଣ ଡାକ୍ତରଙ୍କ ସାକ୍ଷ୍ୟଗ୍ରହଣ ହୋଇଛି। ପୀଡ଼ିତାଙ୍କୁ ପ୍ରଥମେ ଚିକିତ୍ସା କରିଥିବା ସାଲେପୁରର ଡାକ୍ତର ଏସ୍‌ ଜାନୋଡିଆ ଓ ପୋଷ୍ଟମର୍ଟମ କରିଥିବା SCBର ଡାକ୍ତର ଅମରେନ୍ଦ୍ର ନାୟକ କୋର୍ଟରେ ସାକ୍ଷ୍ୟ ଦେଇଛନ୍ତି। ଡାକ୍ତର ଅମରେନ୍ଦ୍ର ନାୟକଙ୍କୁ ପ୍ରତିପକ୍ଷଙ୍କ ତରଫରୁ ବିଭିନ୍ନ ପ୍ରଶ୍ନ ପଚରା ଯାଇଥିଲେ ମଧ୍ୟ […]

judge-hammer

Rakesh Mallick
  • Published: Tuesday, 29 May 2018
  • , Updated: 29 May 2018, 10:47 PM IST

କଟକ (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ଆରମ୍ଭ ହୋଇଛି। ବିଚାରର ପ୍ରଥମ ଦିନରେ ଆଜି ଦୁଇ ଜଣ ଡାକ୍ତରଙ୍କ ସାକ୍ଷ୍ୟଗ୍ରହଣ ହୋଇଛି। ପୀଡ଼ିତାଙ୍କୁ ପ୍ରଥମେ ଚିକିତ୍ସା କରିଥିବା ସାଲେପୁରର ଡାକ୍ତର ଏସ୍‌ ଜାନୋଡିଆ ଓ ପୋଷ୍ଟମର୍ଟମ କରିଥିବା SCBର ଡାକ୍ତର ଅମରେନ୍ଦ୍ର ନାୟକ କୋର୍ଟରେ ସାକ୍ଷ୍ୟ ଦେଇଛନ୍ତି। ଡାକ୍ତର ଅମରେନ୍ଦ୍ର ନାୟକଙ୍କୁ ପ୍ରତିପକ୍ଷଙ୍କ ତରଫରୁ ବିଭିନ୍ନ ପ୍ରଶ୍ନ ପଚରା ଯାଇଥିଲେ ମଧ୍ୟ ତାହା ଶେଷ ହୋଇ ପାରିନାହିଁ। ଆସନ୍ତାକାଲି ତାଙ୍କୁ ପୁଣି ଜେରା କରାଯିବ। ଏହା ସହିତ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରିଥିବା ଡାକ୍ତର ରଜନୀକାନ୍ତ ସ୍ୱାଇଁଙ୍କୁ ମଧ୍ୟ ସାକ୍ଷ୍ୟ ଦେବାକୁ ସମନ କରାଯାଇଛି। ମାମଲାର ତ୍ୱରିତ ବିଚାର ଲାଗି ଆଜିଠାରୁ ୩ ଦିନ ଯାଏ ଲଗାତର ମାମଲାର ଶୁଣାଣି କରାଯିବ।

ଗତ ଏପ୍ରିଲ ୨୧ରେ ସାଲେପୁର ଅଞ୍ଚଳର ଜଣେ ୬ ବର୍ଷୀୟ ନାବାଳିକାକୁ ଗାଁର ସ୍କୁଲ ପରିସରରେ ଦୁଷ୍କର୍ମ ପରେ ମୁମୂର୍ଷୁ ଅବସ୍ଥାରେ ଛାଡ଼ି ପଳାଇଥିଲା ଅଭିଯୁକ୍ତ। ଘଟଣା ପଦାକୁ ଆସିବା ପରେ ହିଁ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। କଟକ ଏସ୍‌ସିବିରେ ୮ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ଏପ୍ରିଲ ୩୦ ତାରିଖରେ ପୀଡ଼ିତାର ମୃତ୍ୟୁ ହୋଇଥିଲା।

Related story