ରବିବାର ଖୋଲିବ ସମଲେଶ୍ୱେରୀ ମନ୍ଦିର, ପରିଚୟପତ୍ର ବାଧ୍ୟତାମୂଳକ

ସମ୍ୱଲପୁର(ସଞ୍ଜୟ ଜେନା): ଆସନ୍ତାକାଲିଠାରୁ ଭକ୍ତଙ୍କ ଦର୍ଶ ପାଇଁ ଖୋଲିବ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱେରୀ ମନ୍ଦିର। ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଆଜି ସମ୍ବଲପୁର ଜିଲ୍ଲାପାଳ ଓ ଏସ୍‌ପି ମନ୍ଦିର ପରିଦର୍ଶନ କରି ପରିଚାଳନା କମିଟି ସହିତ ଆଲୋଚନା କରିଛନ୍ତି। ଆସନ୍ତାକାଲି ସକାଳ ୬ ଟାରୁ ୧୧ ଟା ୩୦ ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ମନ୍ଦିର। ପୁଣି ଅପରାହ୍ନ ୩ ଟାରୁ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। କୋଭିଡ୍‌ କଟକଣା ଭିତରେ […]

samaleswari-temple

Manoranjan Sial
  • Published: Saturday, 02 January 2021
  • , Updated: 02 January 2021, 05:32 PM IST

ସମ୍ୱଲପୁର(ସଞ୍ଜୟ ଜେନା): ଆସନ୍ତାକାଲିଠାରୁ ଭକ୍ତଙ୍କ ଦର୍ଶ ପାଇଁ ଖୋଲିବ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱେରୀ ମନ୍ଦିର। ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଆଜି ସମ୍ବଲପୁର ଜିଲ୍ଲାପାଳ ଓ ଏସ୍‌ପି ମନ୍ଦିର ପରିଦର୍ଶନ କରି ପରିଚାଳନା କମିଟି ସହିତ ଆଲୋଚନା କରିଛନ୍ତି।

ଆସନ୍ତାକାଲି ସକାଳ ୬ ଟାରୁ ୧୧ ଟା ୩୦ ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ମନ୍ଦିର। ପୁଣି ଅପରାହ୍ନ ୩ ଟାରୁ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। କୋଭିଡ୍‌ କଟକଣା ଭିତରେ ଶ୍ରଦ୍ଧାଳୁମାନେ ମାଆଙ୍କୁ ଦର୍ଶନ କରିବେ। ଶ୍ରଦ୍ଧାଳୁମାନେ ମୁହଁରେ ମାସ୍କ ପିନ୍ଧିବେ ଓ ହାତ ସାନିଟାଇଜ୍‌ କରିବେ। ମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ଥର୍ମାଲ୍‌ ସ୍ରିନିଂ ମଧ୍ୟ କରାଯିବ।

ଆସନ୍ତାକାଲି ଅର୍ଥାତ ରବିବାରକୁ ଛାଡି ଅନ୍ୟ ସମସ୍ତ ରବିବାର ମନ୍ଦିର ବନ୍ଦ ରହିବ। ପ୍ରଥମ ୫ ଦିନ କେବଳ ସମ୍ବଲପୁରର ଲୋକମାନେ ମାଆଙ୍କୁ ଦର୍ଶନ କରିପାରିବେ। ଏଥିପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ୮ ତାରିଖରୁ ସମସ୍ତଙ୍କୁ ମନ୍ଦିର ଭିତରେ ଛାଡ଼ିବାକୁ ଅନୁମତି ଦିଆଯିବ। ଏଥିପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନିବାକୁ ପଡ଼ିବ ବୋଲି ଜିଲ୍ଲାପାଳ ଶୁଭମ ସାକ୍‌ସେନା କହିଛନ୍ତି।

Related story