ସମ୍ବଲପୁର: ମହାନଦୀ ଓ ହୀରାକୁଦ ବନ୍ଧର ସୁରକ୍ଷା ଦାବିରେ ଚାଷୀ ସମାବେଶ

ସମ୍ବଲପୁର: ମହାନଦୀ ଓ ହୀରାକୁଦ ବନ୍ଧର ସୁରକ୍ଷା ଦାବିରେ ଆଜି ସମ୍ବଲପୁର ଜିଲ୍ଲାରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମିତି ପକ୍ଷରୁ ବିଶାଳ ଚାଷୀ ସମାବେଶର ଆୟୋଜନ କରାଯାଇଛି। ହୀରାକୁଦ ଡ୍ୟାମ ନିକଟ ଜମାଦାରପଲ୍ଲୀରେ ‘ସଙ୍କଳ୍ପ ଚେତାବନୀ’ ନାମରେ ହେବାକୁ ଥିବା ଏହି ସମାବେଶରେ ଓଡ଼ିଶା ଓ ଛତିଶଗଡ଼ର ହଜାର ହଜାର ଚାଷୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମହାନଦୀ ଜଳ ପ୍ରସଙ୍ଗରେ ସରକାରଙ୍କ ତରଫରୁ ଶ୍ୱେତପତ୍ର ପ୍ରକାଶ, ମହାନଦୀର ଉପନଦୀରେ ନଦୀବନ୍ଧ ଯୋଜନା ବାତିଲ, ମହାନଦୀ-ଗୋଦାବରୀର […]

chasisamabesa

Rakesh Mallick
  • Published: Friday, 11 November 2016
  • , Updated: 11 November 2016, 12:30 PM IST

ସମ୍ବଲପୁର: ମହାନଦୀ ଓ ହୀରାକୁଦ ବନ୍ଧର ସୁରକ୍ଷା ଦାବିରେ ଆଜି ସମ୍ବଲପୁର ଜିଲ୍ଲାରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମିତି ପକ୍ଷରୁ ବିଶାଳ ଚାଷୀ ସମାବେଶର ଆୟୋଜନ କରାଯାଇଛି। ହୀରାକୁଦ ଡ୍ୟାମ ନିକଟ ଜମାଦାରପଲ୍ଲୀରେ ‘ସଙ୍କଳ୍ପ ଚେତାବନୀ’ ନାମରେ ହେବାକୁ ଥିବା ଏହି ସମାବେଶରେ ଓଡ଼ିଶା ଓ ଛତିଶଗଡ଼ର ହଜାର ହଜାର ଚାଷୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ମହାନଦୀ ଜଳ ପ୍ରସଙ୍ଗରେ ସରକାରଙ୍କ ତରଫରୁ ଶ୍ୱେତପତ୍ର ପ୍ରକାଶ, ମହାନଦୀର ଉପନଦୀରେ ନଦୀବନ୍ଧ ଯୋଜନା ବାତିଲ, ମହାନଦୀ-ଗୋଦାବରୀର ସଂଯୋଗୀକରଣ ଯୋଜନାକୁ ବନ୍ଦ କରିବା, ନଦୀ ଜଳକୁ ଶିଳ୍ପାନୁଷ୍ଠାନକୁ ନ ଦେବା ଆଦି ୧୦ ଦଫା ଦାବି ନେଇ ଏହି ସମାବେଶ କରାଯାଉଛି।

Related story