ସମ୍ୱଲପୁରରେ ଡବଲ ମର୍ଡ଼ର

ସମ୍ୱଲପୁର: ସମ୍ୱଲପୁର ସଦର ଥାନା ଗେଙ୍ଗୁଟିପାଲି ଛକରେ ଗତକାଲି ରାତିରେ ଡବଲ ମର୍ଡର ଘଟିଛି। ଜେଲ ଫେରନ୍ତା ଯୁବକ ଚିଞ୍ଚୁ ମୁଣ୍ଡା ନିଶାସକ୍ତ ଅବସ୍ଥାରେ ମନକୁ ଓରାମଙ୍କୁ ଆକ୍ରମଣ କରିଥିଲେ। ସଙ୍କଟାପନ୍ନ ଅବସ୍ଥାରେ ମନକୁଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଚିଞ୍ଚୁଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏସ୍‌ଡିପିଓ ଗାଗାରିନ ମହାନ୍ତି କହିଛନ୍ତି,“ବୃଦ୍ଧାଙ୍କୁ […]

sambalpur murder

Rakesh Mallick
  • Published: Friday, 10 February 2017
  • , Updated: 10 February 2017, 08:24 AM IST

ସମ୍ୱଲପୁର: ସମ୍ୱଲପୁର ସଦର ଥାନା ଗେଙ୍ଗୁଟିପାଲି ଛକରେ ଗତକାଲି ରାତିରେ ଡବଲ ମର୍ଡର ଘଟିଛି। ଜେଲ ଫେରନ୍ତା ଯୁବକ ଚିଞ୍ଚୁ ମୁଣ୍ଡା ନିଶାସକ୍ତ ଅବସ୍ଥାରେ ମନକୁ ଓରାମଙ୍କୁ ଆକ୍ରମଣ କରିଥିଲେ। ସଙ୍କଟାପନ୍ନ ଅବସ୍ଥାରେ ମନକୁଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଚିଞ୍ଚୁଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଏସ୍‌ଡିପିଓ ଗାଗାରିନ ମହାନ୍ତି କହିଛନ୍ତି,“ବୃଦ୍ଧାଙ୍କୁ ହତ୍ୟା କରିବାରୁ ଉତ୍ତ୍ୟକ୍ତ ଗାଁ ଲୋକେ ଚିଞ୍ଚୁଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ପୃଥକ୍‌ ଭାବେ ଦୁଇଟି ମାମଲା ରୁଜୁ କରି ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଚିଞ୍ଚୁ ଏକ ହତ୍ୟା ମାମଲାରେ ୧୦ ବର୍ଷ ଜେଲ କାଟି ଘରକୁ ଫେରିଥିଲା।”

Related story