ସମ୍ବଲପୁର ଡବଲ ମର୍ଡର ଘଟଣା: ଗିରଫ ସଂଖ୍ୟା ୧୦କୁ ବୃଦ୍ଧି

Ordigital Desk
  • Published: Wednesday, 04 April 2018
  • , Updated: 04 April 2018, 07:46 PM IST
<p>ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ଠେଲକୋପଡ଼ା ଡବଲ ମର୍ଡର ଘଟଣାରେ ଗିରଫ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ପୂର୍ବରୁ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ଆଉ ୩ ଜଣ ଗିରଫ ହୋଇଛନ୍ତି। ଏବେ ବି କିଛି ଅଭିଯୁକ୍ତ ବାହାରେ ଅଛନ୍ତି। ସେମାନଙ୍କୁ ଧରିବାକୁ ପୋଲିସ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।</p> <p>ଗତକାଲି ୩ ଜଣଙ୍କୁ ଗିରଫ କରାଯିବା ପରେ ଆଜି ଠେଲକୋପଡ଼ାରେ ଅସନ୍ତୋଷ ଦେଖା ଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଗିରଫଦାରୀ ପ୍ରତିବାଦରେ ମୋଦିପଡ଼ା ଛକରେ ରାସ୍ତା ଅବରୋଧ କରିଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ପୂରା ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସମ୍ବଲପୁର ଏସପି ସଂଜୀବ ଅରୋରା ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।</p> <p>ସୂଚନାଯୋଗ୍ୟ, ଗତ ସୋମବାର ଠେଲକୋପଡ଼ାରେ ଡବଲ ମର୍ଡର ହୋଇଥିଲା। ପ୍ରଥମ ସୁଜିତ ନାଗଙ୍କୁ ପାଣ୍ଡବ ମୁଖୀ ଓ ତାଙ୍କ ସହଯୋଗୀମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପ୍ରତିଶୋଧ ପରାୟଣ ହୋଇ ପାଣ୍ଡବ ମୁଖୀଙ୍କ ଭାଇ ଶଙ୍କର ମୁଖୀଙ୍କ ଉପରେ ଆକ୍ରମଣ କରିଥିଲେ ମୃତକ ସୁଜିତ ନାଗଙ୍କ ସମର୍ଥକ। ଏଥିରେ ଶଙ୍କରଙ୍କ ମୃତ୍ୟୁ ଘଟିଥିଲା।</p>

Related story