ସମ୍ବଲପୁର ଗୁଳିମାଡ଼ ଘଟଣା: ସୁସ୍ଥ୍ୟ ହୋଇ ଫେରିଲେ ବରିଷ୍ଠ ଅଭିନେତା ଶାନ୍ତି ସ୍ୱରୂପ

ସମ୍ବଲପୁର: ଗୁଳିମାଡ଼ରେ ଆହତ ବରିଷ୍ଠ ଅଭିନେତା ଶାନ୍ତି ସ୍ୱରୂପ ମିଶ୍ର କଟକରେ ଚିକିତ୍ସିତ ହୋଇ ସମ୍ବଲପୁର ଫେରି ଆସିଛନ୍ତି। ତାଙ୍କ ଦେହରେ ଦୁଇଟି ଗୁଳି ବାଜି ଥିଲା। କଟକ ବଡ଼ ମେଡିକାଲରେ ତାଙ୍କ ଚିକିତ୍ସା ଚାଲିଥିଲା। ସେ ପୂର୍ବଭଳି ବୁଢାରଜା ଫାଟକ ସ୍ଥିତ ତାଙ୍କ ଘରେ ରହିବେ ବୋଲି କହିଛନ୍ତି। ପୋଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିବା ସେ କହିଛନ୍ତି। ଜମିବାଡି ବିବାଦକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଛି ବୋଲି  ଶାନ୍ତି […]

drsrikanta

Rakesh Mallick
  • Published: Saturday, 13 June 2015
  • , Updated: 14 June 2015, 02:04 AM IST

ସମ୍ବଲପୁର: ଗୁଳିମାଡ଼ରେ ଆହତ ବରିଷ୍ଠ ଅଭିନେତା ଶାନ୍ତି ସ୍ୱରୂପ ମିଶ୍ର କଟକରେ ଚିକିତ୍ସିତ ହୋଇ ସମ୍ବଲପୁର ଫେରି ଆସିଛନ୍ତି। ତାଙ୍କ ଦେହରେ ଦୁଇଟି ଗୁଳି ବାଜି ଥିଲା। କଟକ ବଡ଼ ମେଡିକାଲରେ ତାଙ୍କ ଚିକିତ୍ସା ଚାଲିଥିଲା। ସେ ପୂର୍ବଭଳି ବୁଢାରଜା ଫାଟକ ସ୍ଥିତ ତାଙ୍କ ଘରେ ରହିବେ ବୋଲି କହିଛନ୍ତି। ପୋଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିବା ସେ କହିଛନ୍ତି।

ଜମିବାଡି ବିବାଦକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଛି ବୋଲି  ଶାନ୍ତି ସ୍ୱରୁପ କହିଛନ୍ତି। ତେବେ ଅପରାଧୀ ଖୁବଶୀଘ୍ର ଧରା ପଡିବ ବୋଲି ସେ  ଆଶାବାଦୀ ଅଛନ୍ତି।

ଗତ ମେ’ ୧୪ ତାରିଖ ରାତିରେ ଶାନ୍ତି ସ୍ୱରୁପ ନିଜ ଘରେ ଜଣେ ବନ୍ଧୁଙ୍କ ସହ ବସି କଥା ହେଉଥିବା ବେଳେ ହଠାତ ଜଣେ ଯୁବକ ଘର ଭିତରକୁ ପଶି ଆସି ତାଙ୍କ ଉପରକୁ ୨ ରାଉଣ୍ଡ ଓ ତାଙ୍କ ବନ୍ଧୁ ନିତ୍ୟସୁନ୍ଦରଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ମାରି ଫେରାର ହୋଇଯାଇଥିଲା। ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ତାଙ୍କୁ ସମ୍ୱଲପୁର ସଦର ଡାକ୍ତରଖାନା ଓ ପରେ ବୁର୍ଲା ପଠାଯାଇଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟଜନକ ହେବାରୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଥିଲା।

Related story