ସମ୍ବଲପୁରରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: ଦିଲ୍ଲୀର ଜନ୍ତରମନ୍ତରଠାରେ ବିକ୍ଷୋଭ

ନୂଆଦିଲ୍ଲୀ: ସମ୍ବଲପୁରରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଓ ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନ୍‌ ପକ୍ଷରୁ ଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭ ଅପରାହ୍ନ ୫ଟା ଯାଏଁ ଚାଲିବ। ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନିକଟରେ ଦାବି ଜଣାଇବା ଉର୍ଦ୍ଦେଶରେ ଏହି ବିକ୍ଷୋଭ କରାଯାଇଛି। ଏଥିରେ ପଶ୍ଚିମ ଓଡ଼ିଶାର ସମସ୍ତ ଆଇନଜୀବୀ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]

smb

Rakesh Mallick
  • Published: Monday, 28 November 2016
  • , Updated: 28 November 2016, 02:35 PM IST

ନୂଆଦିଲ୍ଲୀ: ସମ୍ବଲପୁରରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଓ ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନ୍‌ ପକ୍ଷରୁ ଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭ ଅପରାହ୍ନ ୫ଟା ଯାଏଁ ଚାଲିବ।

ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନିକଟରେ ଦାବି ଜଣାଇବା ଉର୍ଦ୍ଦେଶରେ ଏହି ବିକ୍ଷୋଭ କରାଯାଇଛି। ଏଥିରେ ପଶ୍ଚିମ ଓଡ଼ିଶାର ସମସ୍ତ ଆଇନଜୀବୀ ସାମିଲ ହୋଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ, ସାଂସଦ ଏ.ୟୁ ସିଂହ ସିଂହଦେଓ ଓ ପ୍ରସନ୍ନ ଅଚାର୍ଯ୍ୟ ପ୍ରମୁଖ ଧାରଣା ସ୍ଥଳକୁ ଯାଇ ହାଇକୋର୍ଟ ସ୍ଥାୟୀ ବେଞ୍ଚ  ପ୍ରତିଷ୍ଠା ଦାବିକୁ ସମର୍ଥନ ଜଣାଇଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ପଶ୍ଚିମ ଓଡ଼ିଶାରେ ଗୋଟିଏ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ବହୁଦିନରୁ ହେଉଛି। କଟକ ଓ ଭୁବନେଶ୍ୱରରୁ ପଶ୍ଚିମ ଓଡ଼ିଶାର ଦୂରତା ଅଧିକ ହୋଇଥିବାରୁ  ବେଞ୍ଚ ପ୍ରତିଷ୍ଠା ଦାବି ଯୁକ୍ତିଯୁକ୍ତ। ଆମେ ଆଗରୁ ଏହି ଦାବିକୁ ସମର୍ଥନ କରି ଆସିଛୁ। ଏହାକୁ ବ୍ୟକ୍ତିଗତ ଭାବେ ମଧ୍ୟ ମୁଁ ସମର୍ଥନ କରୁଛି।”

Related story