ସମ୍ୱଲପୁର: କ୍ଷତିପୂରଣ ଦାବିରେ ଗଡପୋଷ ଡାକ୍ତରଖାନାରେ ତାଲା ପକାଇଲେ କ୍ଷତିଗ୍ରସ୍ତ ପରିବାର

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ୍ ଗଡପୋଷ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ବେଳେ ଜମି ହରାଇଥିବା ଲୋକଙ୍କୁ କ୍ଷତିପୂରଣ ଦାବିରେ କ୍ଷତିଗ୍ରସ୍ତ ପରିବାର ରବିବାର ଡାକ୍ତରଖାନାରେ ତାଲା ପକାଇବା ସହ ଧାରଣା ଦେଇଥିଲେ । ସମ୍ୱଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ସମ୍ପର୍କରେ ସରକାରଙ୍କୁ ଚିଠି ପଠାଯାଇଛି । ରିପୋର୍ଟ ଆସିଲା ପରେ ଜମି ସଂକ୍ରାନ୍ତିୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ସୂଚନାଯୋଗ୍ୟ […]

kuchinda

Rakesh Mallick
  • Published: Tuesday, 14 July 2015
  • , Updated: 14 July 2015, 10:50 AM IST

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ୍ ଗଡପୋଷ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ବେଳେ ଜମି ହରାଇଥିବା ଲୋକଙ୍କୁ କ୍ଷତିପୂରଣ ଦାବିରେ କ୍ଷତିଗ୍ରସ୍ତ ପରିବାର ରବିବାର ଡାକ୍ତରଖାନାରେ ତାଲା ପକାଇବା ସହ ଧାରଣା ଦେଇଥିଲେ । ସମ୍ୱଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ସମ୍ପର୍କରେ ସରକାରଙ୍କୁ ଚିଠି ପଠାଯାଇଛି । ରିପୋର୍ଟ ଆସିଲା ପରେ ଜମି ସଂକ୍ରାନ୍ତିୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ସୂଚନାଯୋଗ୍ୟ ଯେ, ୧୯୬୪ରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ବେଳେ ଶାନ୍ତି ମୁଣ୍ଡା ତାଙ୍କ ରୟତି ଜମି ହରାଇଥିଲେ । କ୍ଷତିପୂରଣ ଯୋଗାଇ ଦେବାକୁ ତାଙ୍କ ପରିବାର ବର୍ଗ ଏକାଧିକ ଥର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏଯାଏଁ କ୍ଷତିପୂରଣ ମିଳି ପାରିନାହିଁ।

Related story