ସମ୍ବଲପୁର: ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଶତାଧିକ ମହିଳା ଗିରଫ

ସମ୍ୱଲପୁର: ସମ୍ବଲପୁରରେ ପୁଣି ତେଜିଛି ମଦ ବିରୋଧୀ ଆନ୍ଦୋଳନ। ଆଜି ଜୟନ୍ତପୁର ସେବା ସ୍ୱଂୟ ସହାୟକ ଗୋଷ୍ଠୀ ପକ୍ଷରୁ ମଦ ଦୋକାନ ଉଚ୍ଛେଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପସିବାକୁ ଉଦ୍ୟମ କରିବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ପୋଲିସ ଆନ୍ଦୋଳନକାରୀ ବହୁ ମହିଳାଙ୍କୁ ଗିରଫ କରିଛି। ଏହାସହ ଆନ୍ଦୋଳନରରେ ସାମିଲ ବିଜେପି ନେତା ସୁରେଶ ପୂଜାରୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ମଦଭାଟି ବସିବା […]

smb-mada

Rakesh Mallick
  • Published: Monday, 11 January 2016
  • , Updated: 11 January 2016, 12:24 PM IST

ସମ୍ୱଲପୁର: ସମ୍ବଲପୁରରେ ପୁଣି ତେଜିଛି ମଦ ବିରୋଧୀ ଆନ୍ଦୋଳନ। ଆଜି ଜୟନ୍ତପୁର ସେବା ସ୍ୱଂୟ ସହାୟକ ଗୋଷ୍ଠୀ ପକ୍ଷରୁ ମଦ ଦୋକାନ ଉଚ୍ଛେଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପସିବାକୁ ଉଦ୍ୟମ କରିବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ପୋଲିସ ଆନ୍ଦୋଳନକାରୀ ବହୁ ମହିଳାଙ୍କୁ ଗିରଫ କରିଛି। ଏହାସହ ଆନ୍ଦୋଳନରରେ ସାମିଲ ବିଜେପି ନେତା ସୁରେଶ ପୂଜାରୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ଜିଲ୍ଲାର ବିଭିନ୍ନ ସ୍ଥାନରେ ମଦଭାଟି ବସିବା ସହ ମଦ ଦୋକାନ ଖୋଲିଥିବାରୁ ଅସାମାଜିକ କାର୍ଯ୍ୟକଳାପ ବଢୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଏହି ମଦ ଦୋକାନ ଗୁଡିକୁ ଉଚ୍ଛେଦ କରିବାକୁ ସେମାନେ ଦାବି କରିଛନ୍ତି।

ସୁରେଶ ପୂଜାରୀ କହିଛନ୍ତି, ମହିଳାମାନେ ରାସ୍ତା ମାଗୁନାହାନ୍ତି, ଶିକ୍ଷକ କି ଡାକ୍ତର ନିଯୁକ୍ତି ଦାବି କରୁନାହାନ୍ତି। ସେମାନଙ୍କର ଦାବି ଗାଁରେ ଥିବା ମଦ ଦୋକାନ ଉଚ୍ଛେଦ କରାଯାଉ। ସଚିବାଳୟ ଓ ଜିଲ୍ଲାପାଳଙ୍କ କାଯୟ୍ୟାଳୟରେ ମଦ ଭାଟି କରିବାର ଅଛି କର, ହେଲେ ଗାଁରେ ଆଉ ମଦ ଭାଟି ରଖାଇ ଦେବୁନାହିଁ।

ଅତିରିକ୍ତ ଜିଲ୍ଲାପାଳ ଆସି ଆନ୍ଦୋଳନକାରୀ ମହିଳାଙ୍କ ପାଖରୁ ଦାବିପତ୍ର ଗ୍ରହଣ କରିବାକୁ ନ ଆସିବା ଘଟଣାକୁ ନେଇ ସୂରେଶ ପୂଜାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ଜିଲ୍ଲା ପ୍ରଶାସନର ଅହଂକାର ଛଡା କିଛି ନୁହେଁ ବୋଲି ସେ କହିଛନ୍ତି।

Related story