‘କୋଭିଡ୍‌ ଟେଷ୍ଟ ପାଇଁ ୧୦ରୁ ୧୨ ଦିନ ଅପେକ୍ଷା କରିବାକୁ ପଡ଼ୁଛି’

ସମ୍ୱଲପୁର (ସଞ୍ଜୟ ଜେନା): “ସମ୍ୱଲପୁର ଟାଉନ୍‌ରେ ପରମଳ ବ୍ୟବସ୍ଥା ବ୍ୟପର୍ଯ୍ୟସ୍ତ ହୋଇପଡ଼ିଛି। ସାନିଟାଇଜ୍‌ ହେଉନି। କୋଭିଡ୍‌ ଟେଷ୍ଟ ପାଇଁ ୧୦ରୁ ୧୨ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ସାମାନ୍ୟ ଜ୍ୱର ହେଲେ ଚିକିତ୍ସା ସେବା ଯୋଗାଇ ଦିଆଯାଉନି।” ଆଜି ଏପରି ଅନେକ ଅଭିଯୋଗ ନେଇ ସମ୍ୱଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ ଜିଲ୍ଲାପାଳଙ୍କ ପାଖକୁ ଯିବାକୁ ଚାହିଁଥିଲେ। ହେଲେ ଜିଲ୍ଲାପାଳଙ୍କ ଅଫିସ୍‌ର ପ୍ରବେଶ ପଥରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଯେଉଁଥିପାଇଁ […]

sambalpur

sambalpur

Manoranjan Sial
  • Published: Tuesday, 28 July 2020
  • Updated: 28 July 2020, 05:08 PM IST

Sports

Latest News

ସମ୍ୱଲପୁର (ସଞ୍ଜୟ ଜେନା): “ସମ୍ୱଲପୁର ଟାଉନ୍‌ରେ ପରମଳ ବ୍ୟବସ୍ଥା ବ୍ୟପର୍ଯ୍ୟସ୍ତ ହୋଇପଡ଼ିଛି। ସାନିଟାଇଜ୍‌ ହେଉନି। କୋଭିଡ୍‌ ଟେଷ୍ଟ ପାଇଁ ୧୦ରୁ ୧୨ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ସାମାନ୍ୟ ଜ୍ୱର ହେଲେ ଚିକିତ୍ସା ସେବା ଯୋଗାଇ ଦିଆଯାଉନି।” ଆଜି ଏପରି ଅନେକ ଅଭିଯୋଗ ନେଇ ସମ୍ୱଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ ଜିଲ୍ଲାପାଳଙ୍କ ପାଖକୁ ଯିବାକୁ ଚାହିଁଥିଲେ।

ହେଲେ ଜିଲ୍ଲାପାଳଙ୍କ ଅଫିସ୍‌ର ପ୍ରବେଶ ପଥରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଯେଉଁଥିପାଇଁ ପୁଲିସ ଓ ବିଧାୟକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ନିଜେ ଗେଟ୍‌ ଖୋଲି ଅଫିସ ଭିତରେ ପସି ଜିଲ୍ଲାପାଳଙ୍କୁ ଭେଟିଥିଲେ ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ।

ସମ୍ବଲପୁର ସହରରେ କୋଭିଡ୍‌ ଓ ଅଣ କୋଭିଡ୍‌ ରୋଗୀଙ୍କ ଅବସ୍ଥା ଜଟିଳ ଆଡକୁ ଗତି କରୁଥିବା ବେଳେ ପ୍ରଶାସନ ଏ ଦିଗରେ କୌଣସିର ପଦକ୍ଷେପ ନେଉ ନାହିଁ ବୋଲି ବିଧାୟକ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଅଗଷ୍ଟ ୩୧ ଯାଏଁ ଜିଲ୍ଲାପାଳଙ୍କ ଅଫିସକୁ ଜନସାଧାରଣଙ୍କ ପାଇଁ ପ୍ରବେଶ ଉପରେ କଟକଣା ଲଗାଇଲେ।

ଜିଲ୍ଲାପାଳଙ୍କୁ ଭେଟିବା ପରେ ଜୟନାରାୟଣ ମିଶ୍ର କହିଛନ୍ତି-“ସମ୍ୱଲପୁର ଟାଉନ୍‌ରେ ନିୟମିତ ସଫେଇ ହେଉଛି ନା ସାଇଟାଇଜ୍‌ ହେଉଛି। ଜଣେ ବ୍ୟକ୍ତିଙ୍କୁ ସାମାନ୍ୟ ଜ୍ୱର ହେଲେ ମଧ୍ୟ ଚିକିତ୍ସା ସେବା ଯୋଗାଇ ଦିଆଯାଉ ନାହିଁ। କରୋନା ଟେଷ୍ଟ ପାଇଁ ୧୦ରୁ ୧୨ ଦିନ ସମୟ ଲାଗୁଛି। ସେହି ସମୟରେ ସେମାନେ ଅନ୍ୟ ଲୋକଙ୍କ ସହିତ ମିଶି ରୋଗକୁ ବଢ଼ାଉଛନ୍ତି। ଗଣତାନ୍ତ୍ରୀକ ବିଧି ବ୍ୟବସ୍ଥାରେ ଜଣେ ବିଧାୟକଙ୍କୁ ଜିଲ୍ଲାପାଳଙ୍କ ଅଫିସ୍‌କୁ ଛଡ଼ା ଯାଉନି। ତାକୁ ଗେଟ୍‌ ପାଖରେ ଅଟକା ଯାଉଛି। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଏଠି କେମିତି ପ୍ରଶାସନ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos