ପାଣିରେ ଭାସିଲା ପୁରୁଣା ନୋଟ୍‌

ସମ୍ବଲପୁର: ସମ୍ବଲପୁରର ମାରୁୱାଡ଼ିପଡ଼ାରେ ମହାନଦୀ ଘାଟରେ ଆଜି ପୁରୁଣା ନୋଟ୍ ଭାସୁଥିବା ଦେଖିବାକୁ ମିଳିଥିଲା। ସେଠାରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ପାଣିରେ ଭାସୁଥିବା ଲୋକେ ଦେଖିବାକୁ ପାଇ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍ ସେଠାରେ ପହଞ୍ଚି ଓଦା ହୋଇଯାଇଥିବା ତଥା କିଛି କିଛି ଚିରି ଯାଇଥିବା ନୋଟ୍ ଗୁଡ଼ିକୁ ଜବତ କରିଥିଲା। କିଏ ଏସବୁ ନୋଟ୍‌କୁ ପାଣିରେ ପକାଇଛି ତାହା ଜଣାପଡ଼ି ନାହିଁ। ବିମୁଦ୍ରାକରଣ ପରେ ବ୍ୟାଙ୍କରେ ପୁରୁଣା ନୋଟ୍ ଜମା କରିବାର […]

oldnote

Rakesh Mallick
  • Published: Wednesday, 04 January 2017
  • , Updated: 04 January 2017, 11:25 AM IST

ସମ୍ବଲପୁର: ସମ୍ବଲପୁରର ମାରୁୱାଡ଼ିପଡ଼ାରେ ମହାନଦୀ ଘାଟରେ ଆଜି ପୁରୁଣା ନୋଟ୍ ଭାସୁଥିବା ଦେଖିବାକୁ ମିଳିଥିଲା। ସେଠାରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ପାଣିରେ ଭାସୁଥିବା ଲୋକେ ଦେଖିବାକୁ ପାଇ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍ ସେଠାରେ ପହଞ୍ଚି ଓଦା ହୋଇଯାଇଥିବା ତଥା କିଛି କିଛି ଚିରି ଯାଇଥିବା ନୋଟ୍ ଗୁଡ଼ିକୁ ଜବତ କରିଥିଲା।

କିଏ ଏସବୁ ନୋଟ୍‌କୁ ପାଣିରେ ପକାଇଛି ତାହା ଜଣାପଡ଼ି ନାହିଁ।

ବିମୁଦ୍ରାକରଣ ପରେ ବ୍ୟାଙ୍କରେ ପୁରୁଣା ନୋଟ୍ ଜମା କରିବାର ଶେଷ ତାରିଖ ଥିଲା ଡିସେମ୍ବର ୩୦। ସେହିପରି ମାର୍ଚ୍ଚ ୩୧ ଯାଏଁ ରିଜର୍ଭ ବ୍ୟାଙ୍କରେ ମଧ୍ୟ ପୁରୁଣା ନୋଟ୍ ଜମା କରାଯାଇପାରିବ।

Related story