ପୃଥକ୍‌ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ସମ୍ୱଲପୁର/ଭଦ୍ରକ/ଖୋର୍ଦ୍ଧା: ସମ୍ୱଲପୁର, ଭଦ୍ରକ ଓ ଖୋର୍ଦ୍ଧାରେ ଆଜି ଘଟିଥିବା ପୃଥକ୍‌ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛି। ସମ୍ୱଲପୁର ଦେଇ ଯାଇଥିବା ୫୫ ନମ୍ୱର ଜାତୀୟ ରାଜପଥର ମାନେଶ୍ୱର ଝାଙ୍କରପଲ୍ଲୀଠାରେ ବୋଲେରୋ ଧକ୍କାରେ ଆଜି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି। ବୋଲେରୋଟି ପ୍ରଥମେ ଜଣେ ପଥଚାରୀଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ଚାଲି ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ବାଇକ୍‌ରେ […]

sambalpur accident

Rakesh Mallick
  • Published: Wednesday, 01 March 2017
  • , Updated: 01 March 2017, 11:30 PM IST

ସମ୍ୱଲପୁର/ଭଦ୍ରକ/ଖୋର୍ଦ୍ଧା: ସମ୍ୱଲପୁର, ଭଦ୍ରକ ଓ ଖୋର୍ଦ୍ଧାରେ ଆଜି ଘଟିଥିବା ପୃଥକ୍‌ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛି।

ସମ୍ୱଲପୁର ଦେଇ ଯାଇଥିବା ୫୫ ନମ୍ୱର ଜାତୀୟ ରାଜପଥର ମାନେଶ୍ୱର ଝାଙ୍କରପଲ୍ଲୀଠାରେ ବୋଲେରୋ ଧକ୍କାରେ ଆଜି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି। ବୋଲେରୋଟି ପ୍ରଥମେ ଜଣେ ପଥଚାରୀଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ଚାଲି ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ବାଇକ୍‌ରେ ପିଟି ହୋଇଯାଥିଲା। ଫଳରେ ଘଟଣାସ୍ଥଳରେ ପଛଚାରୀ ଓ ବାଇକ ପଛରେ ବସିଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ କାର ପିଟି ଦେଇଥିଲା। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ବାପ ଓ ପୁଅ ବାଇକ୍‌ରେ ଯାଉଥିବା ବେଳେ ଏକ ବସ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ସିକୋ ଫାଣ୍ଡିରେ ପଶି ଭଙ୍ଗାରୁଜା କରିଥିଲେ।

Related story