ଧାନ ବିକ୍ରି ପରିମାଣର କଟକଣାକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ

ସମ୍ୱଲପୁର: ଧାନ ବିକ୍ରି ପରିମାଣର କଟକଣାକୁ ଚାଷୀମାନେ ବିରୋଧ କରି ଆଜି ସମ୍ୱଲପୁର ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରାଉ କରିଥିଲେ। ପରେ ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ୍‌କୁ ଯାଇ ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ। ଚଳିତବର୍ଷ ଭଲ ଧାନ ଚାଷ ହୋଇଥିବାରୁ ୧୨ ଓ ୧୮ କ୍ୱିଣ୍ଟାଲ କଟକଣାକୁ ଉଠାଇ କ୍ରପ୍‌ କଟିଙ୍ଗ ରିପୋର୍ଟ ଆଧାରରେ କିଣାଯାଉ ବୋଲି ଚାଷୀମାନେ ଦାବି କରିଥିଲେ। ସରକାରୀ ନିୟମ ଅନୁସାରେ ଅଣଜଳସେଚିତ ଅଞ୍ଚଳରେ ଏକର ପିଛା ୧୨ କ୍ୱିଣ୍ଟାଲ ଓ […]

sambalpur-farmer

Rakesh Mallick
  • Published: Thursday, 22 December 2016
  • , Updated: 22 December 2016, 06:38 PM IST

ସମ୍ୱଲପୁର: ଧାନ ବିକ୍ରି ପରିମାଣର କଟକଣାକୁ ଚାଷୀମାନେ ବିରୋଧ କରି ଆଜି ସମ୍ୱଲପୁର ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରାଉ କରିଥିଲେ। ପରେ ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ୍‌କୁ ଯାଇ ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ। ଚଳିତବର୍ଷ ଭଲ ଧାନ ଚାଷ ହୋଇଥିବାରୁ ୧୨ ଓ ୧୮ କ୍ୱିଣ୍ଟାଲ କଟକଣାକୁ ଉଠାଇ କ୍ରପ୍‌ କଟିଙ୍ଗ ରିପୋର୍ଟ ଆଧାରରେ କିଣାଯାଉ ବୋଲି ଚାଷୀମାନେ ଦାବି କରିଥିଲେ।

ସରକାରୀ ନିୟମ ଅନୁସାରେ ଅଣଜଳସେଚିତ ଅଞ୍ଚଳରେ ଏକର ପିଛା ୧୨ କ୍ୱିଣ୍ଟାଲ ଓ ଜଳ ସେଚିତ ଅଞ୍ଚଳରେ ଏକର ପିଛା ୧୮ କ୍ୱିଣ୍ଟାଲ ଧାନ ବିକ୍ରି କରାଯିବାର ବ୍ୟବସ୍ଥା ରହିଛି। ଚଳିତବର୍ଷ ପଶ୍ଚିମ ଓଡିଶାରେ ଭଲ ଧାନ ଉତ୍ପାଦନ ହୋଇଛି। ଏକର ପିଛା ୨୫ କ୍ୱିଣ୍ଟାଲ ଧାନ ଅମଳ ହୋଇଥିବାରୁ ଧାନ ବିକ୍ରିର ପରିମାଣ ଉପରେ ଥିବା କଟକଣାକୁ ସରକାର ଉଠାଇ ଦିଅନ୍ତୁ। ତାହା ନହେଲେ ଚାଷୀ କୁଳ ପ୍ରଭାବିତ ହେବ। ଏଥିପ୍ରତି ସରକାର ନଜର ନଦେଲେ ଆଗକୁ ପରିସ୍ଥିତି ଜଟିଳ ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି,“ଗତ ୫ ବର୍ଷରେ ହାରାହାରି ଉତ୍ପାଦନ ଆଧାରରେ ୧୨ ଓ ୧୮ କ୍ୱିଣ୍ଟାଲ ଧାର୍ଯ୍ୟ କରାଯାଇଥିଲା। ତେବେ ଏଥର କ୍ରପ କଟିଙ୍ଗ ରିପୋର୍ଟ ୩୦ ତାରିଖ ସୁଦ୍ଧା ସରକାରଙ୍କୁ ପଠାଯିବ। ସେହି ଆଧାରରେ ନିଷ୍ପତ୍ତି ନିଆଯିବ। ଏ ସମ୍ପର୍କରେ ମୁଁ ପ୍ରିନ୍ସପାଲ ସେକ୍ରେଟାରିଙ୍କ ସହ କଥା ହେବି।”

Related story