ସମ୍ୱଲପୁରରେ ଆରଏସ୍‌ଏସ୍‌ର ପ୍ରାନ୍ତୀୟ ଶିବିର

ସମ୍ୱଲପୁର: ସମ୍ୱଲପୁର ମନ୍ଦଲିଆ ପଡ଼ିଆରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସ୍‌ଏସ୍‌)ର ପ୍ରାନ୍ତୀୟ ଶିବିର ଆଜି ଆୟୋଜିତ ହୋଇଯାଇଛି। ଏଥିରେ ପଶ୍ଚିମ ଓଡ଼ିଶା ପ୍ରାନ୍ତର ୧୫ଟି ସାଙ୍ଗଠନିକ ଜିଲ୍ଲାର ୨୦୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଆରଏସ୍‌ଏସ୍‌ର ମୁଖ୍ୟ ମୋହନ ଭଗବତ ଯୋଗଦେଇ କହିଛନ୍ତି,“ବହୁ ଭାଷା ଓ ଧର୍ମ ମଧ୍ୟରେ ଭାରତରେ ଏକତା ରହିଛି। ପ୍ରଚୀନ ସନାତନ ସଂସ୍କୃତି ଏହା ଶିକ୍ଷା ଦିଏ।” ସେ କହିଛନ୍ତି,“ସ୍ୱତନ୍ତ୍ର ଭାରତ ପାଇଁ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପରି […]

rssa sambalpur

Rakesh Mallick
  • Published: Monday, 23 January 2017
  • , Updated: 23 January 2017, 06:43 PM IST

ସମ୍ୱଲପୁର: ସମ୍ୱଲପୁର ମନ୍ଦଲିଆ ପଡ଼ିଆରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସ୍‌ଏସ୍‌)ର ପ୍ରାନ୍ତୀୟ ଶିବିର ଆଜି ଆୟୋଜିତ ହୋଇଯାଇଛି। ଏଥିରେ ପଶ୍ଚିମ ଓଡ଼ିଶା ପ୍ରାନ୍ତର ୧୫ଟି ସାଙ୍ଗଠନିକ ଜିଲ୍ଲାର ୨୦୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଆରଏସ୍‌ଏସ୍‌ର ମୁଖ୍ୟ ମୋହନ ଭଗବତ ଯୋଗଦେଇ କହିଛନ୍ତି,“ବହୁ ଭାଷା ଓ ଧର୍ମ ମଧ୍ୟରେ ଭାରତରେ ଏକତା ରହିଛି। ପ୍ରଚୀନ ସନାତନ ସଂସ୍କୃତି ଏହା ଶିକ୍ଷା ଦିଏ।”

ସେ କହିଛନ୍ତି,“ସ୍ୱତନ୍ତ୍ର ଭାରତ ପାଇଁ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପରି ମହାନ ସ୍ୱାଧୀନତା ସଂଗ୍ରାମୀମାନେ ନିଜର ସର୍ବସ୍ୱ ସମର୍ପଣ କରିଥିଲେ। ସେତେବେଳେ ସେମାନେ ଯେଉଁ ପରିକଳ୍ପନା କରି ଭାରତକୁ ସ୍ୱାଧୀନ କରିଥିଲେ ତାହା ଆଜି ସଫଳ ହୋଇନି। କାରଣ ସେମାନେ ସ୍ୱତନ୍ତ୍ର ଭାବେ ଚାଲିଲା ଭଳି ଭାରତର ସ୍ୱପ୍ନ ଦେଖିଥିଲେ।”

ସେ କହିଛନ୍ତି,“ଭାରତର ଶାସନକୁ ଭାରତୀୟମାନେ ଚଳାଉଛନ୍ତି। ଯେଉଁମାନେ ଶାସନ ବ୍ୟବସ୍ଥାକୁ ଚଳାଉଛନ୍ତି ସେମାନଙ୍କୁ ସେବକ କୁହନ୍ତି। ଯଦି ସେବକ ହାତରେ ସବୁ କାମ ନ୍ୟସ୍ତ କରି ସମାଜ ଶୋଇପଡ଼ିବ ତାହାହେଲେ ସେବକ କଗ୍ଦଣ କାମ କରିବ? ଯେଉଁଠି ମାଲିକ ଶୋଇବ ସେଠି କୌଣସି କାମ ହୁଏ ନାହିଁ।”

Related story