ସମ୍ୱଲପୁର: ସମଲେଶ୍ୱରୀ ମନ୍ଦିରରେ ଥିବା ପୋଲିସ କନଷ୍ଟବଲଙ୍କ ଉନ୍ମକ୍ତ କାଣ୍ଡ

ସମ୍ୱଲପୁର: ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ପରିସରରେଥିବା ପୋଲିସ ବିଟ ହାଉସରେ କାମ କରୁଥିବା ଜଣେ କନେଷ୍ଟବଳ ନିଶାସକ୍ତ ଅବସ୍ଥାରେ ସମସ୍ତଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରୁଛନ୍ତି। ଏପରି କି ବିନା କାରଣରେ ସେ ଭକ୍ତ, ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଦୋକାନୀଙ୍କୁ ଗାଳି କରିବା ସହ ଅସ୍ୱାଭାବିକ ଆଚରଣ କରୁଥିବାର  ଅଭିଯୋଗ ହେଉଛି।  ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ନିଶାସକ୍ତ କନେଷ୍ଟବଳକୁ କାବୁ କରି ମନ୍ଦିର ପରିସରରେ ଥିବା ସମଲେଶ୍ୱରୀ […]

drunker constble visual-1

drunker constble visual-1

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 03:17 AM IST

ସମ୍ୱଲପୁର: ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ପରିସରରେଥିବା ପୋଲିସ ବିଟ ହାଉସରେ କାମ କରୁଥିବା ଜଣେ କନେଷ୍ଟବଳ ନିଶାସକ୍ତ ଅବସ୍ଥାରେ ସମସ୍ତଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରୁଛନ୍ତି। ଏପରି କି ବିନା କାରଣରେ ସେ ଭକ୍ତ, ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଦୋକାନୀଙ୍କୁ ଗାଳି କରିବା ସହ ଅସ୍ୱାଭାବିକ ଆଚରଣ କରୁଥିବାର  ଅଭିଯୋଗ ହେଉଛି।  ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ନିଶାସକ୍ତ କନେଷ୍ଟବଳକୁ କାବୁ କରି ମନ୍ଦିର ପରିସରରେ ଥିବା ସମଲେଶ୍ୱରୀ ଯୁବକ ସଂଘ କାର୍ଯ୍ୟଳୟ ଭିତରେ ଅଟକ ରଖିଥିଲେ। ଏସ.ପିଙ୍କୁ ଏହି ବିଷୟରେ ଜଣାଇବା ପରେ ବରିଷ୍ଠ ପୋଲିସ ଅଧିକାରୀମାନେ ମନ୍ଦିରକୁ ଆସି ସଂପୃକ୍ତ କନେଷ୍ଟବଳଙ୍କୁ ସେଠାରୁ ନେଇ ଯାଇଥିଲେ। ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପରିଚାଳନା କମିଟି ପକ୍ଷରୁ ମନ୍ଦିର ପରିସରରେ ଥିବା ପୋଲିସ ବିଟ ହାଉସ କୁ ଭାଙ୍ଗିଦେବା ପାଇଁ ଦାବି କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos