ସମ୍ବଲପୁର ଶୀତଳଷଷ୍ଠୀ: ଦେବ ଦମ୍ପତ୍ତିଙ୍କ ବିବାହ ସଂପନ୍ନ, ଆଜି ଯୁଗଳ ଦର୍ଶନ ଶୋଭାଯାତ୍ରା

ସମ୍ବଲପୁର: ସମ୍ୱଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବ ଦମ୍ପତ୍ତିଙ୍କ ବିବାହ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଯାଇଛି। ଶୁକ୍ରବାର ରାତିରେ ଦେବଦେବ ମହାଦେବଙ୍କୁ ଯାଥାରୀତି ପୂଜାର୍ଚ୍ଚନା ପରେ ମନ୍ଦିରରୁ ଆଣି ପରଭା ମଧ୍ୟରେ ସୁନାରୁପା ଖଚିତ ବିମାନରେ ଉପବେସନ କରାଯାଇଥିଲା। ବିଳମ୍ୱିତ ରାତିରେ ବିଭିନ୍ନ ଶିବାଳୟରୁ ମହାପ୍ରଭୁ, ପଣ୍ଡିତ ମଣ୍ଡଳୀ, ବରଯାତ୍ରୀ ଓ ଦେବ-ନର-କିନ୍ନରଙ୍କ ସହ ବାହାରିଥିଲେ ବିବାହ ଶୋଭାଯାତ୍ରାରେ। ଶ୍ରଦ୍ଧାଳୁମାନେ ବିମାନକୁ କାନ୍ଧରେ ବୋହି ବିବାହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭା ଯାତ୍ରାରେ ବି ସାମିଲ ହୋଇଥିଲେ […]

sbps1

sbps1

Rakesh Mallick
  • Published: Saturday, 23 May 2015
  • , Updated: 23 May 2015, 03:10 AM IST

ସମ୍ବଲପୁର: ସମ୍ୱଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବ ଦମ୍ପତ୍ତିଙ୍କ ବିବାହ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଯାଇଛି। ଶୁକ୍ରବାର ରାତିରେ ଦେବଦେବ ମହାଦେବଙ୍କୁ ଯାଥାରୀତି ପୂଜାର୍ଚ୍ଚନା ପରେ ମନ୍ଦିରରୁ ଆଣି ପରଭା ମଧ୍ୟରେ ସୁନାରୁପା ଖଚିତ ବିମାନରେ ଉପବେସନ କରାଯାଇଥିଲା। ବିଳମ୍ୱିତ ରାତିରେ ବିଭିନ୍ନ ଶିବାଳୟରୁ ମହାପ୍ରଭୁ, ପଣ୍ଡିତ ମଣ୍ଡଳୀ, ବରଯାତ୍ରୀ ଓ ଦେବ-ନର-କିନ୍ନରଙ୍କ ସହ ବାହାରିଥିଲେ ବିବାହ ଶୋଭାଯାତ୍ରାରେ। ଶ୍ରଦ୍ଧାଳୁମାନେ ବିମାନକୁ କାନ୍ଧରେ ବୋହି ବିବାହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭା ଯାତ୍ରାରେ ବି ସାମିଲ ହୋଇଥିଲେ ଦେବ, ନର, କିନ୍ନର ଓ ଗନ୍ଧର୍ବ। ଦୁଲଦୁଲି, ଢୋଲ-ନିଶାନ-ତାଶା ବାଦ୍ୟ ଓ ବାଣର ରୋଷଣୀ ସାଙ୍ଗକୁ ଲୋକଗୀତ ଓ ଲୋକନୃତ୍ୟର ତାଳେତାଳେ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଯାଇ ପହଂଚିଥିଲା କନ୍ୟାଘରେ। ପରମ୍ପରା ଅନୁସାରେ କନ୍ୟାଘର ନିକଟରେ ପହଂଚିବା ପରେ ମହାଦେବଙ୍କୁ ବାଟ ବରଣୀ କରି ବେଦିକୁ ନିଆଯାଇଥିଲା। ମର୍ତ୍ତ୍ୟଲୋକରେ ଦେବ ଦମ୍ପତ୍ତିଙ୍କ ବିବାହ। ସଂପୂର୍ଣ୍ଣ ବୈଦିକ ରୀତିନୀତିରେ, ପୁରୋହିତଙ୍କ ମନ୍ତ୍ରୋଚାରଣ ମଧ୍ୟରେ, ହାତ ଗଣ୍ଠି ପଡିବା ସହ ସମ୍ପନ୍ନ ହୋଇଛି ବିବାହ। ସମ୍ୱଲପୁର ଶୀତଳଷଷ୍ଠୀଯାତ୍ରାର ଏହି ଦୃଶ୍ୟ ଦେଖିବା ପାଇଁ ସମାଗମ ହୋଇଥିଲା ହଜାର ହଜାର ଶ୍ରଦ୍ଧାଳୁ ଓ ଦର୍ଶକଙ୍କର। କନ୍ୟା ବିଦାପରେ, ଆଜି ବିଳମ୍ୱିତ ରାତିରେ ବାହାରିବ ମହାଦେବ ଓ ଦେବୀ ପାର୍ବତୀଙ୍କର ଯୁଗଳ ଦର୍ଶନ ଶୋଭା ଯାତ୍ରା।

Related story