ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି; ଏଣିକି ସବୁ ବୁଧବାର ସମ୍ବଲପୁର ବନ୍ଦ

ସମ୍ବଲପୁର(ସଞ୍ଜୟ ଜେନା): ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପୁଣି ଥରେ ରାସ୍ତାକୁ ଓହ୍ଲାଇଲା ସମ୍ବଲପୁର ଜିଲ୍ଲା ଓକିଲ ସଂଘ । ସଂଘର ଦୀର୍ଘ ଦିନର ଦାବି ପ୍ରତି ରାଜ ସରକାର କର୍ଣ୍ଣପାତ କରୁ ନ ଥିବାରୁ ପ୍ରତିବାଦରେ ଆଜି ସମ୍ବଲପୁର ବନ୍ଦ ଡାକରା ଦେଇଛି।  କେବଳ ଆଜି ଗୋଟିଏ ଦିନ ନୁହେଁ, ପ୍ରତି ବୁଧବାର  ଅନୁରୁପ ଢଙ୍ଗରେ ଏହି ବନ୍ଦ ପାଳନ କରାଯିବ ବୋଲି ଜିଲ୍ଲା ଓକିଲ ସଂଘ ପକ୍ଷରୁ କୁହାଯାଇଛି। ସମ୍ବଲପୁର ବନ୍ଦ ଯୋଗୁ […]

smb

  • Published: Wednesday, 02 November 2022
  • , Updated: 02 November 2022, 11:44 AM IST

ସମ୍ବଲପୁର(ସଞ୍ଜୟ ଜେନା): ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପୁଣି ଥରେ ରାସ୍ତାକୁ ଓହ୍ଲାଇଲା ସମ୍ବଲପୁର ଜିଲ୍ଲା ଓକିଲ ସଂଘ । ସଂଘର ଦୀର୍ଘ ଦିନର ଦାବି ପ୍ରତି ରାଜ ସରକାର କର୍ଣ୍ଣପାତ କରୁ ନ ଥିବାରୁ ପ୍ରତିବାଦରେ ଆଜି ସମ୍ବଲପୁର ବନ୍ଦ ଡାକରା ଦେଇଛି।  କେବଳ ଆଜି ଗୋଟିଏ ଦିନ ନୁହେଁ, ପ୍ରତି ବୁଧବାର  ଅନୁରୁପ ଢଙ୍ଗରେ ଏହି ବନ୍ଦ ପାଳନ କରାଯିବ ବୋଲି ଜିଲ୍ଲା ଓକିଲ ସଂଘ ପକ୍ଷରୁ କୁହାଯାଇଛି।

ସମ୍ବଲପୁର ବନ୍ଦ ଯୋଗୁ ରାଜ୍ୟ ସରକାରଙ୍କ ଅଧିନସ୍ଥ ସମସ୍ତ ସରକାରୀ ଅଫିସ ସହ କୋର୍ଟ କାର୍ଯ୍ୟ ବର୍ଜନ କରାଯିବ। ହେଲେ ସମସ୍ତ କେନ୍ଦ୍ର ସରକାର ଅଧିନସ୍ଥ ଅଫିସ୍, ବ୍ୟାଙ୍କ ଓ ବୀମା ପ୍ରତିଷ୍ଠାନ ସମେତ ଶିକ୍ଷାନୁଷ୍ଠାନ ଖୋଲା ରହିବ । ଏଡି ସମୟରେ  ବଜାର ଓ  ଗାଡି ଚଳାଚଳ ସ୍ୱାଭାବିକ  ରହିବ । ପ୍ରତି ବୁଧବାର ଦିନ ଅନୁରୁପ ଢଙ୍ଗରେ ବନ୍ଦ ପାଳନ କରାଯିବ । ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଜିଲ୍ଲା ଓକିଲ ସଂଘ ବୁଧବାର ଦିନ ବନ୍ଦ ପାଳନ ପାଇଁ ନିଷ୍ପତ୍ତି ନେଇଛି ।

[caption id="attachment_778462" align="aligncenter" width="650"] ଜିଲ୍ଲା ଜଜଙ୍କୁ ଅଟକାଇଛନ୍ତି ଓକିଲ ସଂଘ କର୍ମକର୍ତ୍ତା ।[/caption]

ଏପରିକି ଜିଲ୍ଲା ଜଜ୍‌ ଆଜି ସକାଳେ କୋର୍ଟ ଅଭିମୁଖେ ଆସୁଥିବା ବେଳେ ତାଙ୍କୁ ମଧ୍ୟ ଓକିଲ ସଂଘ କର୍ମକର୍ତ୍ତା ଅଟକାଇଥିଲେ। ଫଳରେ ସେ ଦୀର୍ଘ ସମୟ ଛିଡ଼ା ହୋଇ ରହିବା ସହ ଓକିଲମାନଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା।

ଏନେଇ ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ ଚନ୍ଦ୍ର ମିଶ୍ର କହିଛନ୍ତି, ସେପ୍ଟେମ୍ବର ୨୮ରେ ଲୋକସେବା ଭବନରେ ମନ୍ତ୍ରୀ ସ୍ତରୀୟ ଓ ସଚିବ ସ୍ତରୀୟ କମିଟି ସହ ଆଲୋଚନା ହେଲା। ହେଲେ ଏହାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ରାଜ୍ୟ ସରକାର କେନ୍ଦ୍ରକୁ ପଠାଉ ନାହାନ୍ତି। ରାଜ୍ୟ ସରକାର ନିଜ ପ୍ରତିଶ୍ରୁତିରେ ଖିଲାପ କରିଛନ୍ତି। ଏହା ପ୍ରତିବାଦରେ ମାସର ପ୍ରତି ବୁଧବାର ଏହି ଢଙ୍ଗରେ ବିରୋଧ କରାଯିବ।

Related story