ସମ୍ବଲପୁର: ଟଙ୍କା ଫେରସ୍ତ ଦାବିରେ ଏକାଠି ହେଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ

ସମ୍ବଲପୁର: ଟଙ୍କା ଫେରି ପାଇବା ପାଇଁ ସମ୍ୱଲପୁର ଜିଲ୍ଲାର ସବୁ ଚିଟଫଣ୍ଡ କ୍ଷତିଗ୍ରସ୍ତ ଏକାଠି ହୋଇଛନ୍ତି । ଟଙ୍କା ଫେରସ୍ତ ନେଇ ସରକାରୀ ପଦକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ଆଗାମୀ ଦିନରେ ବିଭିନ୍ନ ତହସିଲ ଅଫିସ ଘେରାଓ କରାଯିବ ବୋଲି ଚେତାବନୀ ଦିଆଯାଇଛି । ପ୍ରଥମ ଥର ପାଇଁ ସମ୍ୱଲପୁରର ସବୁ ଚିଟଫଣ୍ଡ କ୍ଷତିଗ୍ରସ୍ତ ଖୋଲାଖୋଲି ଭାବେ ଠକେଇକୁ ନେଇ ମୁହଁ ଖୋଲିଛନ୍ତି। ଗୋଟିଏ ମଞ୍ଚରେ ଜମାକାରୀ ଓ ଏଜେଣ୍ଟ ଏକାଠି ହୋଇଛନ୍ତି […]

chitfond

Rakesh Mallick
  • Published: Sunday, 12 July 2015
  • , Updated: 12 July 2015, 11:55 AM IST

ସମ୍ବଲପୁର: ଟଙ୍କା ଫେରି ପାଇବା ପାଇଁ ସମ୍ୱଲପୁର ଜିଲ୍ଲାର ସବୁ ଚିଟଫଣ୍ଡ କ୍ଷତିଗ୍ରସ୍ତ ଏକାଠି ହୋଇଛନ୍ତି । ଟଙ୍କା ଫେରସ୍ତ ନେଇ ସରକାରୀ ପଦକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ଆଗାମୀ ଦିନରେ ବିଭିନ୍ନ ତହସିଲ ଅଫିସ ଘେରାଓ କରାଯିବ ବୋଲି ଚେତାବନୀ ଦିଆଯାଇଛି । ପ୍ରଥମ ଥର ପାଇଁ ସମ୍ୱଲପୁରର ସବୁ ଚିଟଫଣ୍ଡ କ୍ଷତିଗ୍ରସ୍ତ ଖୋଲାଖୋଲି ଭାବେ ଠକେଇକୁ ନେଇ ମୁହଁ ଖୋଲିଛନ୍ତି। ଗୋଟିଏ ମଞ୍ଚରେ ଜମାକାରୀ ଓ ଏଜେଣ୍ଟ ଏକାଠି ହୋଇଛନ୍ତି । ସମ୍ୱଲପୁରର ସମଲେଇ ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଜମାକାରୀ ଯୋଗଦେଇ ସେମାନେ କିପରି ଠକାମୀର ଶିକାର ହୋଇଛନ୍ତି ତାହା ପ୍ରକାଶ କରିଥିଲେ । ଚିଟଫଣ୍ଡ ଠକେଇ ଘଟଣାରେ ଗୋଟିଏ ପକ୍ଷେ ଜମାକାରୀମାନେ ହତାଶ ହୋଇଥିବେଳେ ଏଜେଣ୍ଟମାନେ ଦୋଛକିରେ ପଡିଛନ୍ତି । ଟଙ୍କ। ଫେରସ୍ତ ପାଇଁ ଏଜେଣ୍ଟମାନଙ୍କୁ ଜମାକାରୀ ବାଧ୍ୟ କରୁଛନ୍ତି । ସ୍ଥିତି ଏପରି ହୋଇଛି ଯେ, କିଛି ଏଜେଣ୍ଟ ଭୟରେ ଘର ଛାଡି, ମୋବାଇଲ ବନ୍ଦ କରି ଅନ୍ୟତ୍ର ଲୁଚି ରହୁଥିବା ସଭାରେ ପ୍ରକାଶ କରିଛନ୍ତି । ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ସମାବେଶରେ ସମ୍ୱଲପୁରର ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ କ୍ଷତିଗ୍ରସ୍ତ ଯୋଗ ଦେଇଥିଲେ। ଆସନ୍ତା ଅଗଷ୍ଟ ୧୦ ତାରିଖରେ ତହସିଲ ଅଫିସଗୁଡିକୁ ଘେରାଓ କରାଯିବା ସହ ସରକାରୀ କାକର୍ଯ୍ୟାଳୟ ଅଚଳ କରାଯିବ ବୋଲି ମିଳିତ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ମଞ୍ଚ ପକ୍ଷରୁ ଦାବି କରାଯାଇଛି ଯେ, ଚିଟଫଣ୍ଡ ସଂସ୍ଥାମାନଙ୍କ ସମ୍ପତ୍ତି ଜବତ କରି ଜମାକାରୀଙ୍କୁ ଫରସ୍ତ କରାଯାଉଛି । କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ତହସିଲ ଆଧାରରେ ଚିହ୍ନଟ କରାଯାଉ। ଏହାଦ୍ୱାରା ସେମାନଙ୍କ ଟଙ୍କା ଫେରାଇବା ସହଜ ହେବ। ସେହିପରି ଆସନ୍ତାକାଲି ଝାରସୁଗୁଡା ଓ ରାଉରକେଲାରେ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ନେଇ ମଞ୍ଚ ପକ୍ଷରୁ ଜିଲ୍ଲାସ୍ତରୀୟ ସମ୍ମିଳନୀ କରାଯିବାର କାର୍ଯ୍ୟକ୍ରମ ରହିଛି ।

Related story