ବାଃ ବାଃରେ ତେଲଟାଙ୍କି: ପେଟ୍ରୋଲ ବଦଳରେ ବାହାରୁଛି ପାଣି

ସମ୍ୱଲପୁର: ପେଟ୍ରୋଲ ପମ୍ପରୁ ପାଣି ବାହାରୁଛି। ଏହା ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ସମ୍ୱଲପୁରରେ ଏପରି ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ ଉକ୍ତ ପେଟ୍ରୋଲ ପମ୍ପକୁ ସିଲ୍‌ କରାଯାଇଥିବା ବେଳେ ମାଲିକ ଫେରାର ହୋଇଯାଇଛି। ସମ୍ୱଲପୁର ସହର ଚାରବାଟିଆ ଅଞ୍ଚଳରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲ ପମ୍ପରୁ ପ୍ରତିଦିନ ପରି ଆଜି ଲୋକେ ପେଟ୍ରୋଲ ଓ ଡିଜେଲ ପକାଇଥିଲେ। ତେବେ ତେଲ ପକାଇ କିଛି ବାଟ ଗଲା ପରେ ରାସ୍ତା ମଝିରେ ଗାଡ଼ି ଅଟକି ଯାଇଥିଲା। […]

vlcsnap-2017-06-22-17h02m16s665

Rakesh Mallick
  • Published: Thursday, 22 June 2017
  • , Updated: 22 June 2017, 11:18 PM IST

ସମ୍ୱଲପୁର: ପେଟ୍ରୋଲ ପମ୍ପରୁ ପାଣି ବାହାରୁଛି। ଏହା ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ସମ୍ୱଲପୁରରେ ଏପରି ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ ଉକ୍ତ ପେଟ୍ରୋଲ ପମ୍ପକୁ ସିଲ୍‌ କରାଯାଇଥିବା ବେଳେ ମାଲିକ ଫେରାର ହୋଇଯାଇଛି।

ସମ୍ୱଲପୁର ସହର ଚାରବାଟିଆ ଅଞ୍ଚଳରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲ ପମ୍ପରୁ ପ୍ରତିଦିନ ପରି ଆଜି ଲୋକେ ପେଟ୍ରୋଲ ଓ ଡିଜେଲ ପକାଇଥିଲେ। ତେବେ ତେଲ ପକାଇ କିଛି ବାଟ ଗଲା ପରେ ରାସ୍ତା ମଝିରେ ଗାଡ଼ି ଅଟକି ଯାଇଥିଲା। ଗ୍ୟାରେଜ ଗାଡ଼ି ଯାଞ୍ଚ କରିବାରୁ ତେଲ ନୁହେଁ ପାଣି ରହିଛି ବୋଲି ଜଣାପଡ଼ିଥିଲା। ପରେ ଲୋକେ ଏକତ୍ର ହୋଇ ପମ୍ପରେ ପେଟ୍ରୋଲରେ ପହଞ୍ଚି ଯାଞ୍ଚ କରିବାରୁ ପାଣି ବୋଲି ସ୍ପଷ୍ଟ ହୋଇଥିଲା। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଉତ୍ତେଜନା ଉଗ୍ରରୂପ ଧାରଣ କରୁଥିବା ଦେଖି ପେଟ୍ରୋଲ ପମ୍ପ ମାଲିକ ଫେରାର ହୋଇଯାଇଥିଲା। ଘଟଣା ପ୍ରଘଟ ହେବା ହିନ୍ଦୁସ୍ଥାନ ପେଟ୍ରୋଲିୟମର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପମ୍ପକୁ ସିଲ୍‌ କରିଥିଲେ।

ପେଟ୍ରୋଲ ପମ୍ପରେ କେମିତି ପାଣି ମିଶିଲା ତାହା ଜଣାପଡ଼ି ନାହିଁ। ଏବେ ମଧ୍ୟ ଘଟଣାର ତଦନ୍ତ ଚାଲିଛି। ତେବେ ପମ୍ପ ମାଲିକଙ୍କ ଖାମ୍‌ଖିଆଲ ନୀତି ପାଇଁ ଏପରି ଘଟିଛି ବୋଲି ହିନ୍ଦୁସ୍ଥାନ ପେଟ୍ରୋଲିୟମ ଡିଲର କହିଛନ୍ତି।

Related story